ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବା ପାଇଁ ଆସିଲା ନୂତନ ପ୍ରଣାଳୀ

ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବା ପାଇଁ ଆସିଲା ନୂତନ ପ୍ରଣାଳୀ

ସୋସିଆଲ ମିଡିଆରେ ଅପବ୍ୟବହାରକୁ ରୋକିବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ଲଗାରିଦମ୍‌ ର୍ନିମାଣ କରିଛନ୍ତି। ଏଥିରେ ସୋସିଆଲ ମିଡିଆ ଯେପରି ଫେସବୁକ୍‌ ଓ ଟ୍ଵିଟିରରେ ଫେକ୍‌ ଆକାଉଂଟର ପତ୍ତା ଲଗାଯାଇପାରିବ। ସୂଚନା ଅନୁସାରେ ଫେକ୍‌ ଆକାଉଂଟଧାରୀ ନେଟୱର୍କରେ ଥିବା ଅନ୍ୟ ଆକାଉଂଟଧାରୀଙ୍କ ପାଇଁ କିଛି ଖରାପ ଲିଙ୍କ ତିଆରି କରନ୍ତି। ଇସ୍ରାଏଲ ୟୁନିଭର୍ସିଟିର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ନିକଟରେ ଆସିଥିବା ୟୁଜରଙ୍କ ପ୍ରାଇଭେସି ସହ ଜଡ଼ିତ ମାମଲାରେ ର୍ନିବାଚନକୁ ପ୍ରଭାବିତ କରିବା ପାଇଁ କରାଯାଇଥିଲା। ଏପରି ପରିସ୍ଥତିରେ ଫେକ୍‌ ୟୁଜରଙ୍କୁ ଚିହ୍ନଟ କରିବା ସବୁଠାରୁ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି, ଆମେ ଲଗାରିଦମର ଟେଷ୍ଟ କରିଥିଲୁ ଏବଂ ୧୦ଟି ଭିନ୍ନ ଭିନ୍ନ ସୋସିଆଲ ନେଟୱର୍କ ଉପରେ ରିୟଲ-ୱାଲଡ଼ ଡାଟା ସେଟ କରିଯାଇଥିଲା। ଆଉ ଏହି ଲଗାରିଦମ ଭଲ ପ୍ରଦର୍ଶନ କରିପାରିଛି।

publive-image

ବିଶେଷଜ୍ଞଙ୍କ ମତ ଅନୁସାରେ ଏହି ଲଗାରିଦମ ବାସ୍ତବ ଜୀବନ ବନ୍ଧୁତା ଓ ଫେକ୍‌ ୟୁଜରଙ୍କୁ ସହଜରେ ଚିହ୍ନଟ କରିପାରିବ। ତିଆରି ହୋଇଥିବା ଲଗାରିଦମ୍‌ ଟ୍ଵିଟର ପାଇଁ ମଧ୍ୟ ସମାନ ଭାବରେ କାମ କରିବ। ସୂଚନାଯୋଗ୍ୟ କେମ୍ବ୍ରିଜ୍‌ ଆନାଲିଟିକା ଭଳି କମ୍ପାନୀ ଜରିଆରେ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇ ରାଜନୈତିକ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ଦୋଷ ସ୍ୱୀକାର କରିଥିଲେ ଜୁକରବର୍ଗ। ଏନେଇ ଆମେରିକା କଂଗ୍ରେସରେ ମଧ୍ୟ ଭୁଲ୍‌ ମାଗିଥିଲେ। ଆଗକୁ ତଥ୍ୟ ଚୋରିକୁ ରୋକିବାକୁ ସମସ୍ତ ପ୍ରକାର ଫେସବୁକ୍‌ ପଦକ୍ଷେପ ନେବ ବୋଲି ଆଶ୍ୱାସନା ଦେଇଥିଲେ। ଏ ନେଇ ଆମେରିକା କଂଗ୍ରେସକୁ ପ୍ରତିଶ୍ରୁତି ଦେଇଥିଲେ ଫେସବୁକ ମୁଖ୍ୟ ଜୁକରବଗ।

ସୂଚନା ଅନୁସାରେ ଫେସବୁକରେ ବର୍ତ୍ତମାନ ୨.୧ ବିଲିୟନ୍‌ ଗ୍ରାହକ ଅଛନ୍ତି। ଏଥିରେ ୧.୪ ବିଲିୟନ ଲୋକ ପ୍ରତିଦିନ ଫେସବୁକ୍‌ ବ୍ୟବହାର କରନ୍ତି। ସୋସିଆଲ ନେଟୱର୍କ ଯୋଗୁଁ ଲୋକେ ନିୟମିତ ରୂପରେ ନିଜର ଭାବନା, ବିଚାର, ଫଟୋ, ଭିଡ଼ିଓ ଆଦି ଶେୟାର କରନ୍ତି । ତେବ ଏପରି ଡାଟାକୁ କେହି ବି ଚୋରି କରିବାର ସମ୍ଭାବନା ରହିଛି। ଆଉ ଅପବ୍ୟବହାରର ମଧ୍ୟ ସମ୍ଭବାନା ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବେ ତିଆରି ହୋଇଛି ସ୍ୱତନ୍ତ୍ର ଲଗାରିଦମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe