ନୂଆ ସମୟ ନୂଆ କଥା: ଆକାର ପରିବର୍ତ୍ତନ କରୁଛି ପଥର

ନୂଆ ସମୟ ନୂଆ କଥା: ଆକାର ପରିବର୍ତ୍ତନ କରୁଛି ପଥର

Geology In

ପରିବର୍ତ୍ତନ ଦେଖାଯାଇଥାଏ। ମାତ୍ର କୌଣସି ଜଡ଼ ପଦାର୍ଥର ପରିବର୍ତ୍ତନ ଅଳ୍ପ ଦେଖିବାକୁ ମିଳିଥାଏ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରୋମାନିଆର ସେଲାନୀ ଗ୍ରାମରେ। ଏଠାରେ ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ସଂଖ୍ୟକ ପଥରର ପରିବର୍ତ୍ତନ ହେଉଛି।

ଭୂତତ୍ତ୍ବବିତ୍‌ମାନେ ଏହି ପଥରଗୁଡ଼ିକ ବିଷୟରେ ଅନେକ ଅନୁସନ୍ଧାନ କରିଛନ୍ତି କିନ୍ତୁ ଏଭଳି ହେବାର କାରଣ ସେମାନେ ଜାଣିପାରି ନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରହସ୍ୟ ହୋଇ ରହିଛି। ତେବେ ଜଳ ସଂସ୍ପର୍ଶରେ ପଥରଗୁଡ଼ିକ ଆସିବା ପରେ ଏପରି ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି। କେତେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବର୍ଷା ସମୟରେ ବର୍ଷା ପାଣି ସଂସ୍ପର୍ଶରେ ଆସି ପଥରରେ ଥିବା ଖଣିଜ ଲବଣର ମାତ୍ରାରେ ବୃଦ୍ଧି ପାଇଥାଏ, ତେଣୁ ପଥରଗୁଡ଼ିକର ଆକାରରେ ପରିବର୍ତ୍ତନ ହେଉଛି। କିନ୍ତୁ ଏ ଯାଏ ଏହାର ଠିକ୍‌ ପ୍ରମାଣ ମିଳିପାରି ନାହିଁ।

ଚୁମ୍ବକମ୍ୟାନ୍‌

publive-image youtube

ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ବିଶ୍ବ ଚୁମ୍ବକମ୍ୟାନ୍‌ ଭାବେ ଜାଣେ। ଚିକାଗୋରେ ରହୁଥିବା ୪୭ ବର୍ଷୀୟ ଜ୍ୟାମେ କୋଟେନ୍‌ଙ୍କୁ ‘କ୍ୟାନ୍‌ ହେଡ୍‌’ ନାମରେ ମଧ୍ୟ ଲୋକେ ଜାଣନ୍ତି। କାରଣ ବୋତଲ, କ୍ୟାନ୍‌, ଫୋନ୍‌, ପେପର୍ ଭଳି ଅନ୍ୟାନ୍ୟ ଜିନିଷ ତାଙ୍କ ମୁହଁରେ ଲାଗିଯାଏ। ଯେତେବେଳେ ଜ୍ୟାମେ ୭ ବର୍ଷର ଥିଲେ, ତାଙ୍କର ଏପରି ବିଶେଷତ୍ବ ବିଷୟରେ ଜଣାପଡ଼ିଲା। ଖେଳିବା ସମୟରେ ଖେଳନା ତାଙ୍କ ଶରୀରରେ ଲାଗିଯାଏ। ତାଙ୍କର ଏହି ଉପଲବ୍ଧି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି। ଜ୍ୟାମେଙ୍କଠାରେ ଆଉ ଏକ ଭିନ୍ନ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ଶରୀରର ତାପମାତ୍ରା ସବୁବେଳେ ୧୦୦ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ମାତ୍ରାଧିକ ତାପମାତ୍ରା ଯୋଗୁ ତାଙ୍କର ଦେହ ଖରାପ ଥିବା କଥା ଅନେକ କୁହନ୍ତି। ମାତ୍ର ଡାକ୍ତରଙ୍କ ମତ ଅନୁସାରେ ସେ ସମ୍ପୂର୍ଣ୍ଣ ସୁସ୍ଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe