ନୂଆ ସମୟ ନୂଆ କଥା: ଶୂନ ନୋଟ୍‌

Advertisment
ନୂଆ ସମୟ ନୂଆ କଥା: ଶୂନ ନୋଟ୍‌

ଆମ ଦେଶରେ ବିଭିନ୍ନ ପ୍ରକାରର ନୋଟ୍‌ ପ୍ରଚଳିତ। ଟଙ୍କିକିଆ, ୫ଟଙ୍କିଆ, ୧୦ ଟଙ୍କିଆ, ୫୦୦ ଟଙ୍କିଆ। କିନ୍ତୁ ଦେଶରେ ଏକ ସମୟରେ ଶୂନ ଟଙ୍କାର ନୋଟ୍‌ ମଧ୍ୟ ଛାପା ଯାଇଥିଲା ଓ ଏହି ଘଟଣା ଘଟିଥିଲା ୨୦୦୭ ମସିହାରେ। ଏହି ନୋଟ୍‌ଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା ଛପା ହୋଇନଥିଲା। ଏହାକୁ ଦକ୍ଷିଣ ଭାରତର ଏକ ଅଣସ୍ବୀକୃତ ସଂସ୍ଥା ଛାପିଥିଲା। ତାମିଲନାଡୁସ୍ଥିତ ଏହି ସଂସ୍ଥା ଲକ୍ଷ ଲକ୍ଷ ଶୂନ ନୋଟ୍‌ ଛାପିଥିଲା। ଏହି ଟଙ୍କା ଛାପିବା ପଛର ଉଦ୍ଦେଶ୍ୟ ଥିଲା ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଶୂନ ନୋଟ୍‌କୁ ଅସ୍ତ୍ର ଭାବରେ ବ୍ୟବହୃତ କରାଯାଇଥିଲା। ନୋଟ୍‌ଗୁଡ଼ିକ ବିଭିନ୍ନ ଭାଷାରେ ଲେଖାଯାଇଥିଲା ଓ ସେଥିରେ ବାର୍ତ୍ତା ଥିଲା ଯେ ଯଦି କେହି ଲାଞ୍ଚ ମାଗନ୍ତି, ତେବେ ଏହି ନୋଟ୍‌ ଦିଅନ୍ତୁ। ସାରା ଦେଶରେ ପ୍ରାୟ ୩୦ ଲକ୍ଷରୁ ଅଧିକ ନୋଟ୍‌ ବଣ୍ଟାଯାଇଥିଲା। ଏହି ଅଭିଯାନ ସଂସ୍ଥାର ପ୍ରତିଷ୍ଠାତା ବିଜୟ ଆନନ୍ଦଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe