ନରେନ୍ଦ୍ର ମୋଦୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ରାଶିଚକ୍ରକୁ ବିଚାର କଲେ, ଶ୍ରୀ ମୋଦୀଙ୍କ ରାଶି ହେଉଛି ଅନୁରାଧା ନକ୍ଷତ୍ର ବିଛା ରାଶି, ବିଛା ଲଗ୍ନ। ଲଗ୍ନରେ ମଙ୍ଗଳ, ଚନ୍ଦ୍ର, ଚତୁର୍ଥରେ ବୃହସ୍ପତି, ପଞ୍ଚମରେ ରାହୁ, ଦଶମରେ ଶୁକ୍ର, ଶନି, ଏକାଦଶ ଘରେ ରବି,ବୁଧ ଓ କେତୁ ଅଧିଷ୍ଠାନ କରୁଛନ୍ତି। ସଂପ୍ରତି ମଙ୍ଗଳ ମହାଦଶାରେ ବୁଧ ଅନ୍ତର୍ଦ୍ଦଶା ୮.୨.୨୦୨୬ ପର୍ଯ୍ୟନ୍ତ ପରେ ମଙ୍ଗଳରେ କେତୁ ଅନ୍ତର୍ଦ୍ଦଶା ୭.୭.୨୦୨୬ ପର୍ଯ୍ୟନ୍ତ ଓ ପରେ ମଙ୍ଗଳବାର ଶୁକ୍ର ଅନ୍ତର୍ଦ୍ଦଶା ୬.୯.୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାକୁ ୨୦୨୬ ମସିହା ଶ୍ରୀ ମୋଦୀଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ। ଶତ୍ରୁ ବୃଦ୍ଧି ଘଟିପାରେ, ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ପ୍ରଥାମାର୍ଦ୍ଧରେ ମଧ୍ୟମ ଫଳ ପ୍ରାୟ ଦେଉଥିବା ବେଳେ ଜୁନ୍ ୨ତାରିଖଠାରୁ ଶୁଭ ଫଳ ପ୍ରାପ୍ତ କରିବେ। ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ପତିଆରା ବୃଦ୍ଧି ଘଟିବ। ପଡ଼ୋଶୀ ରାଷ୍ଟ୍ରମାନଙ୍କର କୂଟନୀତି ତଥା ନାଲିଆଖି କୌଣସି ପ୍ରଭାବ ପକାଇବ ନାହିଁ । ନିଜ ବ୍ୟକ୍ତିତ୍ୱର ପରାକାଷ୍ଠାରେ ବହୁ ରାଷ୍ଟ୍ର ଗସ୍ତ କରି ସମର୍ଥନ ଲାଭ କରିବେ। କ୍ରୀଡ଼ା, ଶିକ୍ଷା, କୃଷି,ବିଦ୍ୟୁତ୍ ଉତ୍ପାଦନ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଯୁଦ୍ଧାସ୍ତ୍ର ପରୀକ୍ଷଣ ଓ ନିର୍ମାଣ, ଦକ୍ଷତା ବୃଦ୍ଧି, ବେକାରି ଦୂରୀକରଣ, ସୈନ୍ୟବାହିନୀର ଉନ୍ନତୀକରଣ,ସଡ଼କପଥ ଓ ରେଳପଥର ବିକାଶ ସାଧିତ ହେବ। ୫ଟି ରାଜ୍ୟରେ ଏ ବର୍ଷ ନିର୍ବାଚନ ହେବାକୁ ଥିବା କାରଣରୁ ଶାସକଦଳ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ୭୫ ଭାଗ ସଫଳତା ଲାଭ କରିବେ।
ନବୀନ ପଟ୍ଟନାୟକ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ୧୬ଅକ୍ଟୋବର ୧୯୪୬, ବୁଧବାର ହୋଇଥିଲା। ଇଣ୍ଟରନେଟ୍ରୁ ମିଳିଥିବା ତଥ୍ୟ ଅନୁସାରେ ତାଙ୍କର ରାଶି ଆଦ୍ରା ନକ୍ଷତ୍ର ମିଥୁନ ରାଶି, ମେଷ ଲଗ୍ନ, ଦ୍ୱିତୀୟରେ ରାହୁ, ତୃତୀୟରେ ଚନ୍ଦ୍ର, ଚତୁର୍ଥରେ ଶନି, ଷଷ୍ଠରେ ରବି, ସପ୍ତମରେ ବୃହସ୍ପତି, ବୁଧ,ମଙ୍ଗଳ, ଅଷ୍ଟମରେ ଶୁକ୍ର,କେତୁଙ୍କର ଅଧିଷ୍ଠାନ ହୋଇଥିବା ବେଳେ ସଂପ୍ରତି ଶୁକ୍ର ମହାଦଶାରେ ଶନି ଅନ୍ତର୍ଦ୍ଦଶା ୧୨.୧୦.୨୦୨୭ ମସିହା ପର୍ଯ୍ୟନ୍ତ ଚାଲିବ। ଶ୍ରୀ ପଟ୍ଟନାୟକଙ୍କ ପାଇଁ ଏ ବର୍ଷ ମଧ୍ୟମ ଫଳ ପ୍ରଦାନ କରିବ। ଜୁନ ୧ ତାରିଖ ଯାଏଁ ଶାରୀରିକ ଅସୁସ୍ଥତା, ମାନସିକ ଅବସାଦ ତାଙ୍କୁ ଅସୁବିଧାରେ ପକାଇପାରେ। ଦଳୀୟ ସଦସ୍ୟଙ୍କ ଉଚ୍ଚାରଣ ଓ ଆଚରଣ ଶ୍ରୀ ପଟ୍ଟନାୟଙ୍କୁ ବିବ୍ରତ କରିବ। ବିରୋଧୀ ଦଳର ନେତା ଭାବରେ ତାଙ୍କର କାର୍ଯ୍ୟକଳାପ ମଧ୍ୟମ ରହିବ। ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ପ୍ରଗତି ପାଇଁ ସେ ଚେଷ୍ଟିତ ରହିବେ। ନିଜ ଦଳର ଲୁକ୍କାୟିତ ଶତ୍ରୁ ତାଙ୍କର କ୍ଷତି ସାଧନ କରିବେ। ପାରିବାରିକ ସହଯୋଗ ଲାଭ ହେବ। ନିଜର ଦକ୍ଷତା ଓ କାର୍ଯ୍ୟ ସେ ବଜାୟ ରଖିବେ। ବର୍ଷର ଦ୍ବିତୀୟାର୍ଦ୍ଧ ତାଙ୍କୁ ଶୁଭଫଳ ପ୍ରଦାନ କରିବ।
ରାହୁଲ ଗାନ୍ଧୀ: ଇଣ୍ଟରନେଟ୍ରୁ ମିଳିଥିବା ତଥ୍ୟ ଅନୁସାରେ ରାହୁଲ ଗାନ୍ଧୀଙ୍କ ଜନ୍ମ ତାରିଖ ୧୮ ଜୁନ୍ ୧୯୭୦ ମସିହା। ତାଙ୍କର ମକର ଲଗ୍ନ ,୨ୟରେ ରାହୁ , ୪ର୍ଥରେ ଶନି, ପଞ୍ଚମରେ ବୁଧ, ଷଷ୍ଠରେ ରବି,ମଙ୍ଗଳ, ସପ୍ତମରେ ଶୁକ୍ର, ଅଷ୍ଟମରେ କେତୁ, ଦଶମରେ ବୃହସ୍ପତି,ଏକାଦଶରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ସଂପ୍ରତି ମଙ୍ଗଳରେ ଶନି ଅନ୍ତର୍ଦ୍ଦଶା। ଏହା ୧୬.୯.୨୦୨୫ ଠାରୁ ୨୬.୧୦.୨୦୨୬ ପର୍ଯ୍ୟନ୍ତ ଚାଲିବ। ତାଙ୍କର ଜ୍ୟେଷ୍ଠା ନକ୍ଷତ୍ର ବିଛା ରାଶି ହୋଇଥିବା ବେଳେ ୨୦୨୬ର ଗ୍ରହ ସ୍ଥିତି ଅନୁସାରେ ଶ୍ରୀ ଗାନ୍ଧୀ ବର୍ଷର ପ୍ରଥମାର୍ଦ୍ଧରେ ଏତେଟା ସଫଳତା ପାଇ ନ ପାରନ୍ତି । ତାଙ୍କ ନେତୃତ୍ୱାଧୀନ ଦଳ ମଧ୍ୟ ଏତେଟା ସଫଳତା ଲାଭ କରିବ ନାହିଁ। ସଫଳତା ନ ମିଳିବା କାରଣରୁ ଦ୍ୱନ୍ଦ୍ବ ଓ ମାନସିକ ଅସ୍ଥିରତା ଦେଖାଦେଇପାରେ। ମେ ମାସରୁ ଜୁନ୍ ମଧ୍ୟରେ ସାମାନ୍ୟ ଅସୁସ୍ଥତା ଦେଖାଦେବ। ଜୁନ୍ ମାସରେ ସମୟର ପରିବର୍ତ୍ତନରେ ତାଙ୍କର ବଳିଷ୍ଠ ନେତୃତ୍ୱରେ କଂଗ୍ରେସ ଆଗକୁ ଅଗ୍ରସର ହେବ। ବିଭିନ୍ନ ରାଜ୍ୟର ନିର୍ବାଚନରେ ତାଙ୍କ ଦଳ ମଧ୍ୟ କିଛି ଆସନ ପାଇପାରେ।
Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା
ଧର୍ମେନ୍ଦ୍ର ପ୍ରଧାନ : ଇଣ୍ଟରନେଟ୍ରୁ ମିଳିଥିବା ତଥ୍ୟ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ୨୬ ଜୁନ ୧୯୬୯ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ଲଗ୍ନ ହେଉଛି କନ୍ୟାଲଗ୍ନ। ଲଗ୍ନରେ କେତୁ ଓ ବୃହସ୍ପତି, ଦ୍ବିତୀୟରେ ଚନ୍ଦ୍ର, ତୃତୀୟରେ ମଙ୍ଗଳ, ସପ୍ତମରେ ରାହୁ, ଅଷ୍ଟମରେ ଶନି,ଶୁକ୍ର,ନବମରେ ବୁଧ, ଦଶମରେ ରବିଙ୍କର ଅବସ୍ଥିତି ହୋଇଛି। ସଂପ୍ରତି କେତୁ ମହାଦଶାରେ ଶନି ଅନ୍ତର୍ଦ୍ଦଶା ୧୦.୨.୨୦୨୬ ପର୍ଯ୍ୟନ୍ତ ଓ ପରେ ୧୦.୨.୨୦୨୬ ଠାରୁ କେତୁରେ ବୁଧ ଅନ୍ତର୍ଦ୍ଦଶା ୭.୨.୨୦୨୭ ପର୍ଯ୍ୟନ୍ତ ଚାଲିବ । ଏବର୍ଷ ଗ୍ରହ ସ୍ଥିତି ଓ ରାଶିଚକ୍ରରେ ଗ୍ରହମାନଙ୍କ ଅବସ୍ଥାନକୁ ବିଚାରକଲେ ଶ୍ରୀ ପ୍ରଧାନ ଏବର୍ଷ ଶୁଭଫଳ ପ୍ରାପ୍ତ କରିବେ। ବର୍ଷର ପ୍ରଥମାର୍ଦ୍ଧ ତାଙ୍କୁ ପରାକ୍ରମଶାଳୀ କରିବ। ପ୍ରତିଷ୍ଠା ଅର୍ଜନ କରିବେ। ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳର ନେତୃତ୍ୱ ନେଇ ସଫଳତା ଲାଭ କରିବେ। ତାଙ୍କର ନେତୃତ୍ୱରେ ଦେଶର ଶିକ୍ଷା କ୍ଷେତ୍ରେର ଉନ୍ନତି ସାଧିତ ହେବ। ଶାସକ ଦଳର ଜଣେ ତୁଙ୍ଗନେତା ଭାବରେ ତାଙ୍କର ପ୍ରତିଷ୍ଠା ଓଡ଼ିଶା ରାଜ୍ୟ ପାଇଁ ମଧ୍ୟ ପ୍ରଗତି ଓ ସଫଳତା ଆଣିଦେବ। ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଗୃହଶତ୍ରୁ ବୃଦ୍ଧି ଘଟିବା ଫଳରେ ସେ ଅସୁବିଧାରେ ପଡ଼ିପାରନ୍ତି। ପାରିବାରିକ ସଦସ୍ୟଙ୍କ ଶାରୀରିକ ଅସୁସ୍ଥତା ତାଙ୍କୁ ବିବ୍ରତ ଓ ବ୍ୟଥିତ କରିବ।
ମୋହନ ଚରଣ ମାଝୀ: ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇଣ୍ଟରନେଟ୍ ତଥ୍ୟ ଅନୁସାରେ ରବି ଧନୁ ରାଶିରେ, ରାହୁ, ଶୁକ୍ର ମକର ରାଶିରେ, ମଙ୍ଗଳ ମୀନ ରାଶିରେ, ଶନି ବୃଷ ରାଶିରେ, କେତୁ କର୍କଟ ରାଶିରେ, କନ୍ୟା ରାଶିରେ ଅବସ୍ଥାନ କରିଛନ୍ତି। ଗ୍ରହସ୍ଥିତି ଓ ଶ୍ରୀ ମାଝୀଙ୍କ ଜନ୍ମ କୁଣ୍ଡଳୀ ଅନୁସାରେ ଏବର୍ଷ ପ୍ରଥମାର୍ଦ୍ଧ ତାଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। ବର୍ଷର ପ୍ରଥମାର୍ଦ୍ଧରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି, ନାରୀ ସମସ୍ୟା, ନାରୀ ନିର୍ଯାତନା, ଧାନ ମଣ୍ଡି ସମସ୍ୟା, ଶିକ୍ଷା ଓ ଶିକ୍ଷକ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ କ୍ଷତି ଇତ୍ୟାଦି ତାଙ୍କ ପାଇଁ କିଛିଟା ଅସୁବିଧାର କାରଣ ହେବ। ମାତ୍ର ଦ୍ୱିତୀୟାର୍ଦ୍ଧରେ ବୃହସ୍ପତିଙ୍କ ଶୁଭଫଳ ପ୍ରାପ୍ତ ହୋଇ ସେ ସଫଳତା ଲାଭ କରିବେ। ଜୁଲାଇରୁ ନଭେମ୍ବର ମଧ୍ୟରେ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇପାରେ। ଆଦିବାସୀ ଓ ସର୍ବସାଧାରଣଙ୍କ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତି ସହ ନୂଆ ନିୟମ ମଧ୍ୟ ପ୍ରଣୟନ ହେବ। ଶିକ୍ଷା,ବିଜ୍ଞାନ,କାରିଗରୀ କଳା,ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ସେ ପଦକ୍ଷେପ ଗ୍ରହଣ କରିବେ। ଏବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟବାସୀ ବହୁ ଅସୁବିଧାରେ ପଡ଼ିପାରନ୍ତି। ମୋଟାମୋଟି ଭାବେ ଏବର୍ଷ ଗ୍ରହ ସ୍ଥିତି ଅନୁସାରେ ୬୦ ପ୍ରତିଶତ ସଫଳତା ଲାଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/01/gadgdgdzvccv-2026-01-01-01-55-23.jpg)