ବୋହୂ ବନି ଶଶୁରଘରକୁ ଆସିବାର ୫୩ ଦିନ ଭିତରେ ଲିଭିଗଲା ଜୀବନ ଦୀପ, ଝୁଲନ୍ତା ଅବସ୍ଥାରେ ମିଳିଲା ନେହାଙ୍କ ଶରୀର

ବୋହୂ ବନି ଶଶୁରଘରକୁ ଆସିବାର ୫୩ ଦିନ ଭିତରେ ଲିଭିଗଲା ଜୀବନ ଦୀପ, ଝୁଲନ୍ତା ଅବସ୍ଥାରେ ମିଳିଲା ନେହାଙ୍କ ଶରୀର

www.aajtak.in

ପାଟ୍‌ନା: ହତ୍ୟା, ଆତ୍ମହତ୍ୟା ପରି ମାମଲା ଆଜିକାଲି ଖୁବ୍‌ ଅଧିକ ଦେଖିବାକୁ ମିଳୁଛି। ନିକଟରେ ବିହାରରେ ଜଣେ ନବବିବାହିତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସଂପୃକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ମାମଲାଟି ହେଉଛି ବିହା‌ରର ଛପ୍‌ରା‌ର। ଗତ ଡିସେମ୍ବର ୮ ତାରିଖରେ ବିବାହ କରିଥିବା ଜଣେ ମହିଳାଙ୍କର ମୃତଦେହକୁ ନିକଟରେ ତାଙ୍କ ରୁମ୍‌ର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

କୁଲଦୀପ ନଗରରେ ରହୁଥିବ‌ା ହେମନ୍ତ କୁମାରଙ୍କ ବିବାହ ୨୦୨୨ ମସିହାର ଡିସେମ୍ବର ୭ ତାରିଖରେ ନେହାଙ୍କ ସହ ହୋଇଥିଲା। ସୋମବାର ସକାଳୁ ଅଚାନକ ନେହାଙ୍କ ଶଶୁରଘର ଲୋକ ତାଙ୍କ ବାପଘର ଲୋକଙ୍କୁ କଲ୍‌ କଲେ। କଲ୍‌ କରି ନେହାଙ୍କ ଦେହ ଖରାପ ଅଛି ବୋଲି କହିଥିଲେ। ପୁଣି ପରେ ଜଣାପଡ଼ିଲା ଯେ ନେହା ବେକରେ ଫାଶୀ ଲଗାଇ ଜୀବନ ହାରିଛନ୍ତି।

ବାହାଘରର ମାତ୍ର ୫୩ ଦିନ ମଧ୍ୟରେ ନବବଧୂଙ୍କ ମୃତ୍ୟୁ ସଭିଙ୍କୁ ଚକିତ କରିଛି। ମୃତା ନବବିବାହିତା ଇସୁଆପୁର ଥାନାର ସଞ୍ଜୟ ସିଂହଙ୍କ ଝିଅ। ଝିଅର ଏପରି ଭାବେ ଜୀବ‌ନ ଯିବା ପରେ ପୂରା ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି।

ମୃତ ମହିଳାଙ୍କ ବାପା ଥାନାରେ ତାଙ୍କ ଶଶୁରଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଝିଅକୁ ଶଶୁରଘରର ଲୋକେ ବାପଘର ଲୋକଙ୍କ ସହ ଖୁବ୍ କମ୍ କଥା ହେବାକୁ ଦେଉଥିଲେ। ତାଙ୍କ ଜ୍ବାଇଁ ଓ ଝିଅର ଶଶୁର ଏକ ନୂଆ ବ୍ୟବସାୟ କରିବାକୁ ଯାଉଥିବାରୁ ୫ ଲକ୍ଷ ଟଙ୍କା ଯୌତୁକ ମାଗୁଥିଲେ। ଯେଉଁ କାରଣରୁ ତାଙ୍କ ଝିଅ ମାନସିକ ଚାପରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe