ବନ୍ୟା ସମୟରେ ଲାଇଭ୍‌ ରିପୋର୍ଟିଂ କରୁଥିଲେ ରିପୋର୍ଟର, ହଠାତ୍‌ ଘଟିଲା ଏଭଳି ଘଟଣା...

Advertisment
ବନ୍ୟା ସମୟରେ ଲାଇଭ୍‌ ରିପୋର୍ଟିଂ କରୁଥିଲେ ରିପୋର୍ଟର, ହଠାତ୍‌ ଘଟିଲା ଏଭଳି ଘଟଣା...

Daily Mail

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ଯାହା ଭାଇରାଲ ହୋଇଥାଏ । ବିବାହ ସମୟରେ ପତ୍ନୀଙ୍କୁ ଚାପୁଡ଼ା ମାରିବା ହେଉ ବା ବିନା ପୋଷକରେ ଶରୀରରକୁ ରଙ୍ଗ କରି ବିବାହ କରିବା ହେଉ, ଏଭଳି ଅନେକ ଭଇରାଲ ଦୃଶ୍ୟ ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ ସାରିଛୁ । ଏବେ ଯେଉଁ ଭିଡିଓଟି ସୋସିଆଲ ମିଡିଆରେ ଭଇରାଲ ହୋଇଛି, ତାକୁ ଜଣେ ସାମ୍ବାଦିକ ନିଜ ଟୁଇଟ୍‌ର ଆକାଉଣ୍ଟରେ ଟୁଇଟ୍‌ କରିଥିଲେ । ଭିଡିଓ ଟୁଇଟ୍‌ କରି, ଏଭଳି ଚାଳକଙ୍କଠାରୁ ସାବଧାନ ରୁହନ୍ତୁ ଏବଂ ଏଭଳି ହେବାରୁ ବଞ୍ଚନ୍ତୁ ବୋଲି ଲେଖିଥିଲେ ସାମ୍ବାଦିକ ।

publive-image Daily Mail

ଟୁଇଟ୍‌ କରାଯାଇଥିବା ଭିଡିଓରେ, କଲମ୍ବିଆର ଜଣେ ସାମ୍ବାଦିକ ଏକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ରିପୋଟିଂ କରୁଥିଲେ । ଏହି ସମୟରେ ରାସ୍ତାରେ କିଛି ଗାଡ଼ି ଯିବା ଆସିବା କରୁଥିଲା । ପାଣି ଭିତରେ ଗାଡ଼ି ନେଉଥିବା ଚାଳକ ସାମ୍ବାଦିକଙ୍କୁ ଆଗରେ ଦେଖି ମଧ୍ୟ ଗାଡ଼ି ଧୀରେ ନେବା ପରିବର୍ତ୍ତେ ଖୁବ୍‌ ଜୋରରେ ନେଇ ଯାଇଥିଲେ । ଯାହାଦ୍ୱାରା ସାମ୍ବାଦିକଜଣଙ୍କ ସଂପୂର୍ଣ୍ଣ ଭିଜି ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe