ସୂର୍ଯ୍ୟ ଏଠାରେ ଜମାବି ହୁଅନ୍ତି ନାହିଁ ଅସ୍ତ। ରାତି ମାତ୍ର ୪୦ ମିନିଟ୍ର ହୋଇଥାଏ। ବାକି ସମୟରେ ହୋଇଥାଏ ଦିନ। ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ବିଶ୍ୱର ଏଭଳି ବି ସ୍ଥାନ ରହିଛି । ଯେଉଁଠି ମାତ୍ର ୪୦ ମିନିଟ ପାଇଁ ହୋଇଥାଏ ରାତି । ଦିନସାରା ଲୋକ ଥକାପଣ ହଟାିବା ପାଇଁ ରାତିର ଅପେକ୍ଷାରେ ରହିଥାନ୍ତି । ସୃଷ୍ଟିର ନିୟମ ଅନୁସାରେ ରାତିରେ ସମସ୍ତେ ବିଶ୍ରାମ ନେଇଥାନ୍ତି । କିନ୍ତୁ ଯେଉଁଠି ମାତ୍ର ୪୦ ମିନିଟ ପାଇଁ ରାତି ହୋଇଥାଏ ସେଠାକାର ଲୋକେ କିଭଳି ଚଳୁଥିବେ ତାହା ଆପଣ ଭାବି ପାରୁଥିବେ । ତେବେ ନରୱେର ହେମରଫେଷ୍ଟ ସହରରେ ମାତ୍ର ୪୦ ମିନିଟ ପାଇଁ ହୋଇଥାଏ ରାତି ।
/sambad/media/post_attachments/wp-content/uploads/2022/06/1b350d3b-b6ba-4c13-9c66-d215ec23ed24.jpg)
ରାତି ୧୨ଟା ୪୩ରେ ସୂର୍ଯ୍ୟ ଅସ୍ତ ହେଉଥିବାବେଳେ ମାତ୍ର ୪୦ ମିନିଟରେ ପରେ ପୁଣିଥରେ ଉଦୟ ହୋଇଥାନ୍ତି । ବର୍ଷରେ ମେ’ରୁ ଜୁଲାଇ ପର୍ଯ୍ୟନ୍ତ ୭୬ଦିନ ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି । ଯେଉଁଠି ନରୱେକୁ ‘ଲ୍ୟାଣ୍ଡ ଅଫ୍ ମିଡ୍ ନାଇଟ୍ ସନ୍’ ବୋଲି ମଧ୍ୟ କୁହାଯାଏ । ଦେଶର ପୂର୍ବରେ ସ୍ୱିଡେନ ଏବଂ ଉତ୍ତରରେ କିଛି ସ୍ଥାନ ଫିନଲ୍ୟାଣ୍ଡ ଏବଂ ଋଷିଆ ସୀମା ସହ ରହିଛି । ତେବେ ଏଠାକାର ପ୍ରାକୃତିକ ପରିବେଶ କିଛି ନିଆରା ରହିଥାଏ । ତେବେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ରାତିରେ ମଧ୍ୟ ସୂର୍ଯ୍ୟ ଉଦୟ ହୋଇଥାନ୍ତି ।
/sambad/media/post_attachments/wp-content/uploads/2022/06/b798f5ec-f75e-46c5-b9d7-66e43000f651.jpg)
ସ୍ୱିଡେନରେ ମଧ୍ୟ ମଧ୍ୟରାତ୍ରରେ ଦିନର ମଜା ନେଇପାରିବେ । ଏଠାରେ ମଧ୍ୟ ଅଧରାତିରେ ସୂର୍ଯ୍ୟଉଦୟ ହୋଇଥାନ୍ତି । ମେ ଆରମ୍ଭରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଅଧରାତିରେ ସୂର୍ଯ୍ୟ ଅସ୍ତ ହୋଇଥାନ୍ତି । ୟୁରୋପର ଆଇସଲ୍ୟାଣ୍ଡରେ ମଧ୍ୟ ମଧ୍ୟରାତ୍ରରେ ସୂର୍ଯ୍ୟ କିରଣ ମଜା ନେଇପାରିବେ । ୧୦ ମେ’ଠାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟଅସ୍ତ ହୋଇନଥାଏ । ଝରଣା, ପ୍ରାକୃତିକ ପରିବେଶରେ ଭରା ଏଠାକାର ସ୍ଥାନ ବେଶ ମନୋରମ ହୋଇଥାଏ । ସେପଟେ କାନାଡ଼ାର ମଧ୍ୟ କିଛି ଅଂଚଳରେ ଖରାଦିନେ ୫୦ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଅସ୍ତ ହୋଇନଥାନ୍ତି ।
  
 Follow Us