ରାତ୍ରିଚରଙ୍କ କିଡ୍‌ନି ଷ୍ଟୋନ୍‌ ଆଶଙ୍କା ଅଧିକ

Advertisment

ରାତିରେ ନିୟମିତ ଜାଗ୍ରତ ରହୁଥିବା ଲୋକମାନଙ୍କର କିଡ୍‌ନିରେ ଷ୍ଟୋନ୍‌ ହେବାର ଆଶଙ୍କା ଅଧିକ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷ କରି ଚିକିତ୍ସା, ପରିବହନ ଓ ସୁରକ୍ଷା ଭଳି ନିରନ୍ତର ସତର୍କତା ଆବଶ୍ୟକ ଥିବା କ୍ଷେତ୍ରରେ ରାତି ସିଫ୍‌ଟ ସମୟରେ ଉଜାଗର.....

ରାତିରେ ନିୟମିତ ଜାଗ୍ରତ ରହୁଥିବା ଲୋକମାନଙ୍କର କିଡ୍‌ନିରେ ଷ୍ଟୋନ୍‌ ହେବାର ଆଶଙ୍କା ଅଧିକ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷ କରି ଚିକିତ୍ସା, ପରିବହନ ଓ ସୁରକ୍ଷା ଭଳି ନିରନ୍ତର ସତର୍କତା ଆବଶ୍ୟକ ଥିବା କ୍ଷେତ୍ରରେ ରାତି ସିଫ୍‌ଟ ସମୟରେ ଉଜାଗର.....

dagdagdazcvv

ରାତିରେ ନିୟମିତ ଜାଗ୍ରତ ରହୁଥିବା ଲୋକମାନଙ୍କର କିଡ୍‌ନିରେ ଷ୍ଟୋନ୍‌ ହେବାର ଆଶଙ୍କା ଅଧିକ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷ କରି ଚିକିତ୍ସା, ପରିବହନ ଓ ସୁରକ୍ଷା ଭଳି ନିରନ୍ତର ସତର୍କତା ଆବଶ୍ୟକ ଥିବା କ୍ଷେତ୍ରରେ ରାତି ସିଫ୍‌ଟ ସମୟରେ ଉଜାଗର ରହିବାର ଆହ୍ବାନ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଦିନ ସିଫ୍‌ଟରେ କାମ କରୁଥିବା ଲୋକଙ୍କ ତୁଳନାରେ ରାତି ସିଫ୍‌ଟ କର୍ମଚାରୀଙ୍କ ମଧ୍ୟରେ କିଡ୍‌ନି ଷ୍ଟୋନ୍‌ ହେବାର ଆଶଙ୍କା ୧୫% ଅଧିକ ବୋଲି ପ୍ରାୟ ୨,୨୦,୦୦୦ ବ୍ୟକ୍ତିଙ୍କ ୧୪ ବର୍ଷର ତଥ୍ୟ ଅଧ୍ୟୟନରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶରୀରର ପ୍ରାକୃତିକ ନିର୍ଘଣ୍ଟରେ ବ୍ୟାଘାତ ରୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରାତିରେ ଜାଗ୍ରତ ରହିବା ଏବଂ ଦିନରେ ଶୋଇବା ପ୍ରାକୃତିକ ପ୍ରଣାଳୀରେ ବାଧା ସୃଷ୍ଟି କରେ, ପାଚନ ପ୍ରକ୍ରିୟାକୁ ବାଧା ଦିଏ, ହରମୋନ୍‌ ଅସନ୍ତୁଳନ ଆଣେ, ଯାହା କିଡ୍‌ନି ଷ୍ଟୋନ୍‌ ଗଠନରେ ସହାୟକ ହୁଏ। କିଛି ଜୀବନଶୈଳୀ ଅଭ୍ୟାସ ସମସ୍ୟାକୁ ଆହୁରି ବଢ଼ାଇଦିଏ। ରାତିରେ କାମ କରୁଥିବା ଲୋକମାନେ ପ୍ରାୟତଃ ପର୍ଯ୍ୟାପ୍ତ ପାଣି ପିଅନ୍ତି ନାହିଁ, ଅଧିକ ଧୂମପାନ କରନ୍ତି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ରଖିଥା’ନ୍ତି। ଖରାପ ନିଦ୍ରା ଓ ଉଚ୍ଚ ବଡି ମାସ୍ ଇଣ୍ଡେକ୍ସ (ବିଏମ୍‌ଆଇ) ଶରୀରରେ ଖଣିଜ ପଦାର୍ଥ ଓ ଲୁଣର ଅସନ୍ତୁଳନକୁ ବଢ଼ାଇଦେଇ କିଡ୍‌ନି ଷ୍ଟୋନ୍‌ ବିକାଶକୁ ତ୍ୱରାନ୍ୱିତ କରିଥାଏ। ସତର୍କତା ସ୍ବରୂପ ରାତ୍ରିଚର କର୍ମଜୀବୀ ନିଜର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରତିଦିନ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା, ଲୁଣିଆ ଓ ପ୍ରକ୍ରିୟାକୃତ ଖାଦ୍ୟ ପରିହାର କରିବା, ଡେସ୍କ କାମ ପରେ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା, ଅନ୍ଧାର ଓ ଶାନ୍ତ ପରିବେଶରେ ଶୋଇବା ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ବାଞ୍ଛନୀୟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe