ଗର୍ଭାବସ୍ଥାରେ ଦୌଡ଼ି ଚମ୍ପିଆନ ହେଲେ ମହିଳା; ବିଶ୍ବାସ କରି ପାରୁ ନାହାନ୍ତି ଲୋକେ

Advertisment
ଗର୍ଭାବସ୍ଥାରେ ଦୌଡ଼ି ଚମ୍ପିଆନ ହେଲେ ମହିଳା; ବିଶ୍ବାସ କରି ପାରୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ଗର୍ଭାବସ୍ଥାର ନବମ ମାସ ଚାଲିଥିବା ବେଳେ ମହିଳାଙ୍କୁ ଯଥା ସମ୍ଭବ ବିଶ୍ରାମ ନେବାକୁ କୁହାଯାଇଥାଏ। ଏହି ସମୟରେ ବେଶୀ ଚଲିବା ଠିକ ନୁହେଁ  ବୋଲି ଘରେ ଥିବା ବରିଷ୍ଠ ଲୋକେ କହିଥାଆନ୍ତି। କିନ୍ତୁ ୩୦ବର୍ଷୀୟ ଜଣେ ମହିଳାଙ୍କ ସହିତ ଏହାର ଓଲଟା ଘଟଣା ଦେଖିବାକୁ ମିଳିଥିଲା।

ଧାବିକା ମକେନା ମାଇଲର କହିଛନ୍ତି, ‘ମୁଁ ଶୁଣିଛି ଗର୍ଭାବସ୍ଥା ସମୟରେ କଠିନ ପ୍ରଶିକ୍ଷଣ ନେବା  ଆଦୌ ଠିକ ହୋଇ ନଥାଏ। କିନ୍ତୁ ମୋ ସହିତ ଓଲଟା ଘଟଣା ଘଟିଛି। ମୋତେ ଲାଗିଥିଲା କି ଗର୍ଭବସ୍ଥା ସମୟରେ  ପ୍ରଶିକ୍ଷଣ ନେବା ସାମାନ୍ୟ କଥା ହୋଇଥାଏ। ମୁଁ ଅନେକ ନାମୀ ଧାବିକାଙ୍କୁ ଜାଣିଛି, ଯେଉଁମାନେ ଗର୍ଭାବସ୍ଥାରେ ଦୌଡ଼ି ଥାଆନ୍ତି ଆଉ ବହୁ ସକ୍ରିୟ ବି ରହିଥାଆନ୍ତି। ତେଣୁ ମୁଁ ବି ଏକ ଚ୍ୟାଲେଞ୍ଜ ନେଇଥିଲି।’

ମକେନା ଜଣେ ଧାବିକା। ସେ ୫କିମି ଓ ୧୦କିମି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ଥାଆନ୍ତି। ମକେନା ତାଙ୍କ ଦ୍ବିତୀୟ ଗର୍ଭାବସ୍ଥାରେ କଲିଫର୍ଣ୍ଣିଆରେ ଏକ ଟ୍ରାକରେ ୫ମିନିଟ ୧୭ ସେକେଣ୍ଡରେ ଏକ ମାଇଲ ପୁରା କରି ରେକର୍ଡ କରିଛନ୍ତି।

ଗର୍ଭାବସ୍ଥାର ନବମ ମାସ ଚାଲିଥିବା ବେଳେ ମକେନାଙ୍କୁ ଏପରି ଭା‌ବେ ଟ୍ରାକରେ ଦୌଡ଼ୁଥିବା ଦେଖି ଲୋକେ ଚକିତ ହୋଇଯାଇଥିଲେ। ଜଣେ ଗର୍ଭବତୀ ମହିଳା ଯେ ଏପରି ଭାବେ ଟ୍ରାକରେ ଦୌଡ଼ି ପାରିବେ ତାହାକୁ ଦର୍ଶକ ନିଜ ଆଖିରେ ଦେଖିଥିଲେ ବି ବିଶ୍ବାସ କରି ପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe