ଏୟାରପୋର୍ଟ ମଡେଲ ବନାଇଥିବା ଅବିରଙ୍କୁ ନିଆରା ଜନ୍ମଦିନ ଉପହାର, ବିମାନବନ୍ଦରରେ ଜନ୍ମଦିନ ମନାଇବାକୁ ନିମନ୍ତ୍ରଣ ଦେଲେ ସିଇଓ

Advertisment
ଏୟାରପୋର୍ଟ ମଡେଲ ବନାଇଥିବା ଅବିରଙ୍କୁ ନିଆରା ଜନ୍ମଦିନ ଉପହାର, ବିମାନବନ୍ଦରରେ ଜନ୍ମଦିନ ମନାଇବାକୁ ନିମନ୍ତ୍ରଣ ଦେଲେ ସିଇଓ

(Photo | ANI)

ନୂଆଦିଲ୍ଳୀ: କିଛି ଦିନ ତଳେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍‌ ୧ର ମଡେଲ୍‌ ବନାଇଥିବା ନଅ ବର୍ଷିଅ ବାଳକ ଅବିର ମାଗୋଙ୍କୁ ଏଥର ତାଙ୍କ ଜନ୍ମଦିନରେ ଏକ ବିଶେଷ ଉପହାର ମିଳିଛି। ଅବିରଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଦଶମ ଜନ୍ମଦିନ ମନାଇବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ବିମାନବନ୍ଦର ସିଇଓ।

ଅବରି ପଞ୍ଚମ ଶ୍ରେଣୀର ଛାତ୍ର। ଆଗାମୀ ୧୦ ତାରିଖରେ ତାଙ୍କୁ ୧୦ ବର୍ଷ ଚାଲିବ। ଅବିରଙ୍କୁ ତାଙ୍କ ଜନ୍ମଦିନ ମନାଇବା ପାଇଁ ଦିଲ୍ଲୀ ଏୟା୍‌ପୋର୍ଟ ଟ୍ଵିଟ୍‌ ଆକାଉଣ୍ଟ୍‌ ଜରିଆରେ ନିମନ୍ତ୍ରଣ କରାଯାଇଛି। ଅବିର ତିଆରି କରିଥିବା ବିମାନବନ୍ଦରର ମଡେଲ୍‌ ସେୟାର୍‌ କରିଥିବାରୁ ଟ୍ଵିଟର୍‌ରେ ତାଙ୍କୁ ଧନ୍ୟବାଦ ଜଣାଯାଇଛି। ଧନ୍ୟବାଦ ସହ ତାଙ୍କୁ ବିମାନ ବନ୍ଦରକୁ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଶେଷରେ ନିମନ୍ତ୍ରଣ ପତ୍ର ତଳେ ସିଇଓ ବିଧେୟ କୁମାର ଜୟପୁରିୟରଙ୍କ ଦସ୍ତଖତ ମଧ୍ୟ ରହିଛି।

ତେବେ, ଏଥର ନିଜ ଜନ୍ମଦିନ ବିମାନବନ୍ଦରରେ ମନାଇବା ନେଇ ବେଶ ଉତ୍ସୁକ ଥିବା କହିଛନ୍ତି ଅବିର। ଏହା ତାଙ୍କ ଜୀବନର ଶ୍ରେଷ୍ଠ ଜନ୍ମଦିନ ହେବ ବୋଲି ସେ ଆଶା ରଖିଛନ୍ତି। ସେ ଏହି ସୁଯୋଗର ପୂରା ଫାଇଦା ଉଠାଇବେ। ବିମାନବନ୍ଦରର କୋଣଅନୁକୋଣ ବୁଲି ଦେଖିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe