ପୃଥିବୀର ସୂକ୍ଷ୍ମ ନିରୀକ୍ଷଣ କରିବ ‘ନିସାର’

ଆସନ୍ତା ମାସରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଭାରତର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ‘ନିସାର’ (ନାସା-ଇସ୍ରୋ ସିନ୍ଥେଟିକ୍ ଆପାର୍ଚର ରାଡାର) ଉପଗ୍ରହ....

dgjgdjgjgddgj

ଆସନ୍ତା ମାସରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଭାରତର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ‘ନିସାର’ (ନାସା-ଇସ୍ରୋ ସିନ୍ଥେଟିକ୍ ଆପାର୍ଚର ରାଡାର) ଉପଗ୍ରହ ଉତ୍‌କ୍ଷେପିତ ହେବାକୁ ଯାଉଛି। ପ୍ରାୟ ୧୫୦ କୋଟି ଡଲାରରେ ନିର୍ମିତ ଏହି ତିନି ଟନ୍ ଓଜନର ପୃଥିବୀ-ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ଉନ୍ନତ ରାଡାର ସାହାଯ୍ୟରେ ପ୍ରତି ୧୨ ଦିନରେ ମାଟି, ବରଫ ଓ ପାଣିର ଅନୁଧ୍ୟାନ ପୂର୍ବକ ଅତୁଳନୀୟ ସଠିକତା ସହ ଭୂପୃଷ୍ଠ ନିରୀକ୍ଷଣ କରିବ। 

‘ନାସା’ର ଜେଟ୍ ପ୍ରପଲ୍‌ସନ୍ ଲାବୋରେଟୋରି ଓ ‘ଇସ୍ରୋ’ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଦ୍ୱାରା ମିଳିତ ଭାବରେ ବିକଶିତ ‘ନିସାର’ ଉପଗ୍ରହ ପ୍ରତି ୧୨ ଦିନ ବ୍ୟବଧାନରେ ଭୂପୃଷ୍ଠରେ ସୂକ୍ଷ୍ମ ପରିବର୍ତ୍ତନକୁ ଠାବ କରିପାରିବ

କାଲିଫର୍ଣ୍ଣିଆ ସ୍ଥିତ ‘ନାସା’ର ଜେଟ୍ ପ୍ରପଲ୍‌ସନ୍ ଲାବୋରେଟୋରି ଓ ଅହମଦାବାଦ ସ୍ଥିତ ‘ଇସ୍ରୋ’ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ଦ୍ୱାରା ମିଳିତ ଭାବରେ ବିକଶିତ ଡୁଆଲ୍-ଫ୍ରିକ୍ୱେନ୍ସି ରାଡାର (ଏଲ୍‌-ବ୍ୟାଣ୍ଡ ଓ ଏସ୍‌-ବ୍ୟାଣ୍ଡ ସହ ଖଚିତ) ଖଚିତ ‘ନିସାର’ ହେଉଛି ବିଶ୍ୱର ପ୍ରଥମ ପୃଥିବୀ-ପର୍ଯ୍ୟବେକ୍ଷଣ ଉପଗ୍ରହ। ସିନ୍ଥେଟିକ୍ ଆପାର୍ଚର ରାଡାର (ସାର୍‌) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହା ପୃଥିବୀକୁ ରାଡାର ସଂକେତ ପଠାଇବ ଏବଂ ଉଚ୍ଚ-ରିଜୋଲ୍ୟୁସନ୍ ପ୍ରତିଛବି ସୃଷ୍ଟି କରିବା ପାଇଁ ପ୍ରତିଫଳନ ବିଶ୍ଳେଷଣ କରିବ। ଅପ୍ଟିକାଲ୍‌ ଉପଗ୍ରହଗୁଡ଼ିକ ନିରୀକ୍ଷଣ ପାଇଁ ସାଧାରଣତଃ ସୂର୍ଯ୍ୟକିରଣ ଏବଂ ସ୍ବଚ୍ଛ ଆକାଶ ଉପରେ ନିର୍ଭର କରୁଥିବା ବେଳେ ‘ନିସାର’ ଉପଗ୍ରହ ଦିନରାତି ତଥ୍ୟ ସଂଗ୍ରହ କରିପାରିବା ସହ ମେଘ କି ଧୂଆଁ ଆଚ୍ଛାଦିତ ଆକାଶ ଏବଂ ଘନ ଉଦ୍ଭିଦ ପ୍ରେକ୍ଷାପଟ ମଧ୍ୟ ଦେଖିପାରିବ। 

‘ନିସାର’ର ଅନ୍ୟତମ ବୈଶିଷ୍ଟ୍ୟ ହେଲା, ଏହାର ମୁକ୍ତ ତଥ୍ୟ ପ୍ରତି ପ୍ରତିବଦ୍ଧତା। ଏହା ସଂଗ୍ରହ କରୁଥିବା ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ର ଏବଂ ଅନ୍ତର୍ଦୃଷ୍ଟି ବିଶ୍ୱବ୍ୟାପୀ ବୈଜ୍ଞାନିକ, ଏଜେନ୍‌ସି ଓ ସରକାରଙ୍କ ପାଇଁ ମୁକ୍ତ ଭାବରେ ଉପଲବ୍ଧ କରାଯିବ। ଏହି ପ୍ରଯୁକ୍ତିବିଦ୍ୟା ଉପଗ୍ରହକୁ ପ୍ରାକୃତିକ ବିପର୍ଯ୍ୟୟ, ଭୂତଳ ଜଳରେ ପରିବର୍ତ୍ତନ, କୃଷି ପଦ୍ଧତି, ଜଙ୍ଗଲ ସାନ୍ଦ୍ରତା ଓ ଟେକ୍ଟୋନିକ୍ ପ୍ଲେଟ୍ ସ୍ଥାନାନ୍ତରଣ ଆଦି ଅନୁଧ୍ୟାନ କରିବା ପାଇଁ ଏକ ଶକ୍ତିଶାଳୀ ଉପକରଣରେ ପରିଣତ କରିଥାଏ। ଏପରିକି ଏହା କିଛି ମିଲିମିଟରର କ୍ଷୁଦ୍ର ଭୂମି ପରିବର୍ତ୍ତନକୁ ମଧ୍ୟ ଚିହ୍ନଟ କରିପାରିବ, ଯାହା ଭୂମିକମ୍ପ, ଭୂସ୍ଖଳନ, ହିମବାହ ତରଳିବା, ବନ୍ଧ ଅବନତି, ଉପକୂଳ କ୍ଷୟ ଓ ଜଙ୍ଗଲ ବାୟୋମାସ ନିରୀକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ମାଟିର ଆର୍ଦ୍ରତାକୁ ମଧ୍ୟ ନିରୀକ୍ଷଣ କରିପାରିବ, ଯାହା ଚାଷୀମାନଙ୍କୁ ଜଳସେଚନ ଉନ୍ନତ କରିବାରେ ଓ ଫସଲ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe