oneindia
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛିନା କିଛି ଘଟଣାର ଭିଡିଓ ଘୂରି ବୁଲୁଥିବାର ଦେଖିବାକୁ ମିଳିଛି। କେତେକ ଭିଡିଓରେ ମନୁଷ୍ୟ ଭଳି ପଶୁପକ୍ଷୀଙ୍କ ବୁଦ୍ଧିମତା ବି ଥିବା ଦେଖିବାକୁ ମିଳିଛି। ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ କୁକୁର ଆଘାତ ଲାଗିଥିବା ପଞ୍ଝାକୁ ନେଇ ଔଷଧ ଦୋକାନ ଭିତରେ ପଶି ଯାଉଛି। ତାକୁ ଦେଖି ଲାଗୁଛି କି ଯେମିତି ସେ ଜାଣିଛି ଏଠାରେ ହିଁ ତାର ଚିକିତ୍ସା ହୋଇପାରିବ। ସେଠାରେ ଫାର୍ମାସିଷ୍ଟଙ୍କୁ ଦେଖି ଆଘତ ଲାଗିଥିବା ନିଜ ପଞ୍ଝାକୁ ଦେଖାଇ ଦେଉଛି।
ଭିଡିଓରେ ଦେଖିବାକୁ ମିଳୁଛି କି କୁକୁର ଔଷଧ ଦୋକାନ ଭିତରେ ପ୍ରବେଶ କରୁଛି। କୁକୁରକୁ ଦେଖି ବାନୁ ସେନ୍ଗିଜ୍ (Banu Cengiz) ନାମକ ଫାର୍ମାସିଷ୍ଟ ପାଣିଭରା ପାତ୍ର ତା’ ଆଡକୁ ବଢ଼ାଇ ଦେଉଛନ୍ତି। ସେତେବେଳେ ସେ ଦେଖିବାକୁ ପାଇଲେ କି କୁକୁର ପଞ୍ଝାରେ ଆଘାତ ଲାଗିଛି। କୁକୁରଟି ସାହାଯ୍ୟ ପାଇଁ ଭିତରକୁ ଚାଲି ଆସଥିବା ବାନୁ ସେନ୍ଗିଜ୍ ଭାବିଥିଲେ। ଠିକ୍ ଏତିକି ବେଳେ ସେ କୁକୁରର ପଞ୍ଝା ଆଡକୁ ହାତ ବଢ଼ାଇବା କ୍ଷଣି କୁକୁରବି ନିଜ ପଞ୍ଝାକୁ ଫାର୍ମାସିଷ୍ଟଙ୍କୁ ଦେଖାଇ ଦେଇଥିଲା। ଏହି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।
oneindiaଏହି ଭିଡିଓ ଇସ୍ତାନବୁଲରୁ ଆସିଛି । ଫାର୍ମାସିଷ୍ଟ ବାନୁ ସେନ୍ଗିଜ୍ଙ୍କ କହିବାନୁସାରେ, ଯେତେବେଳେ ମୁଁ କୁକୁର ପଞ୍ଝାରେ ଔଷଧ ଲଗାଇ ପଟ୍ଟି ବାନ୍ଧି ଦେଲି ସେ ମୋ ହାତକୁ ଧରି ତଳେ ଗଡ଼ି ଧନ୍ୟବାଦ ଜଣାଉଥିବା ଭଳି ଜଣାପଡ଼ିଲା।
ଲୋକମାନେ ବି ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରିବା ସହିତ ଫାର୍ମାସିଷ୍ଟଙ୍କୁ ଏଭଳି କାମ ପାଇଁ ପ୍ରଶଂସା ବି କରୁଛନ୍ତି।
Follow Us