ନୀତା ଅମ୍ବାନୀଙ୍କ ପାର୍ଟିରେ ସୁନାର ପୋଷାକ ପିନ୍ଧି ନଜର ଆସିଲେ ଏହି ମହିଳା !

ନୀତା ଅମ୍ବାନୀଙ୍କ ପାର୍ଟିରେ ସୁନାର ପୋଷାକ ପିନ୍ଧି ନଜର ଆସିଲେ ଏହି ମହିଳା !

ମୁମ୍ବାଇ: ଆପଣ କେବେ କାହାକୁ ସୁନାର ପୋଷାକ ପିନ୍ଧିବାର ଦେଖିଛନ୍ତି? ମୁକେଶ ଓ ନୀତା ଅମ୍ବାନୀଙ୍କ ପାର୍ଟିରେ ଜଣେ ମହିଳାଙ୍କୁ ସୁନାର ପୋଷାକ ପିନ୍ଧି ନଜର ଆସୁଥିବାର ଦେଖି ଲୋକେ ଚକିତ ହୋଇଛନ୍ତି। ମହିଳା ଜଣକ ୨୪ କ୍ୟାରେଟ୍‌ ସୁନାର ବ୍ଲାଉଜ୍‌ ପିନ୍ଧିବା ସହ ବେବି ବମ୍ପ୍‌କୁ ବି ସ୍ବର୍ଣ୍ଣରେ ଛାଉଣୀ କରିବା ଦେଖିବାକୁ ମିଳିଥିଲା। ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍‌ ଇଭେଣ୍ଟ୍‌ରେ ଅନେକ ନାମୀଦାମୀ ବ୍ୟକ୍ତି ଓ ତାରକାଙ୍କୁ ଦେଖିବାକୁ ମିଳିଥିଲା। ସେହି ଇଭେଣ୍ଟ‌ରେ ସ୍ବର୍ଣ୍ଣିମ ପୋଷାକ ପିନ୍ଧି ଦୃଷ୍ଟି ଆକର୍ଷଣ କରିଥିଲେ ଏହି ମହିଳା।

ଏହିି ଇଭେଣ୍ଟରେ ବଲିଉଡ୍‌ରୁ ନେଇ ହଲିଉଡ୍‌ ଏବଂ କଲ୍‌ଚରାଲ୍‌ ଆର୍ଟିଷ୍ଟ୍‌ମାନଙ୍କୁ ଦେଖିବାକୁ ମିଳିଥିଲା। ତେବେ ସୁନାର ପୋଷାକ ପିନ୍ଧିଥିବା ଏହି ମହିଳା ଜଣକ ହେଉଛନ୍ତି ପ୍ରସିଦ୍ଧ ଅଳଙ୍କାର ଡିଜାଇନର୍‌ ସୁହାନୀ ପାରେଖ। ତାଙ୍କ ଲୁକ୍‌ ସମସ୍ତଙ୍କଠାରୁ ବେଶ୍ ଭିନ୍ନ ଥିଲା।

ସେ ଏବେ ଗର୍ଭବତୀ ଅଛନ୍ତି ଓ ସୁହାନୀ ନିଜ ଲୁକ୍‌କୁ ତାଙ୍କର ସୃଜନଶୀଳତା ବ୍ୟବହାର କରି ବେଶ୍‌ ଆକର୍ଷଣୀୟ କରି ପାରିଛନ୍ତି। ସ୍ବର୍ଣ୍ଣିମ ପୋଷାକରେ ଖୁବ୍‌ ଷ୍ଟାଇଲିସ୍‌ ଅନ୍ଦାଜରେ ସେ ନିଜର ବେବି ବମ୍ପ୍‌ଙ୍କୁ ପୋଷାକ ତଳେ ଢାଙ୍କିଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନ୍ଏମ୍ଏସିସି)ର ଉଦଘାଟନ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବଲିଉଡର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ତାରକାଙ୍କ ଅନେକ ଭିଡିଓ ଭାଇରାଲ ହୋଇଥିବାବେଳେ ନୀତା ଅମ୍ବାନିଙ୍କ ପ୍ରଦର୍ଶନ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe