‘ନୋ କ୍ଲିନ୍ ସେଭ୍ ନୋ ଲଭ୍’ ନକଲି ଦାଢ଼ି ଲଗାଇ ଯୁବତୀମାନଙ୍କର ପ୍ରଦର୍ଶନ, ଭିଡିଓ ଭାଇରାଲ

ନୋ କ୍ଲିନ୍ ସେଭ୍ ନୋ ଲଭ୍ ପ୍ଲାକାର୍ଡ ଧରି ନକଲି ଦାଢ଼ି ଲଗାଇ ମହିଳାମାନଙ୍କର ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ଲୋକ ଭିଡିଓକୁ ଦେଖି ମନୋରଞ୍ଜନ କରୁଥିବାବେଳେ ଅନ୍ୟମାନେ ଏହାକୁ ନାଟକ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏହି ପ୍ରଦର୍ଶନର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ...

5amznbcs

ଭୋପାଳ:  ମଧ୍ୟପ୍ରଦେଶ ଇନ୍ଦୋରର ଏକ  ମହିଳା ଗୋଷ୍ଠୀ ପୁରୁଷଙ୍କ ଦାଢ଼ି ବିରୁଦ୍ଧରେ ଏକ ନିଆରା ପ୍ରତିବାଦ କରିଛନ୍ତି। ପୁରୁଷଙ୍କ ପାଇଁ ଦାଢ଼ି ରଖିବା ଜରୁରୀ ନା  ଗର୍ଲଫ୍ରେଣ୍ଡ ଜରୁରୀ ତାହା ଚୟନ କରିବାକୁ ଏହି ପ୍ରଦର୍ଶନରେ କୁହାଯାଇଛି।  ଭିଡିଓରେ ପ୍ରଦର୍ଶନକାରୀ ମହିଳାମ‌ାନେ ପ୍ଲାକାର୍ଡ ଧରିବା ସହିତ ନକଲି ଦାଢ଼ି ଲଗାଇଥିବାର ଦେଖିବାକୁ ମିଳିଥିଲା। 

ପ୍ଲାକାର୍ଡରେ ‘ନୋ କ୍ଲିନ୍ ସେଭ୍ ନୋ ଲଭ୍’ ଲେଖାଯାଇଛି। ଏହା ସହିତ ମହିଳାମାନେ ‘ନୋ କ୍ଲିନ୍ ସେଭ୍ ନୋ ଲଭ୍’ ସ୍ଲୋଗାନ ଦେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କିଛି ଲୋକ ଏହି ଭିଡିଓକୁ ମଜାଳିଆ ଏବଂ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି କହୁଥିବାବେଳେ ଅନ୍ୟମାନେ ଏହାକୁ ଏକ ନାଟକ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ପ୍ରଦର୍ଶନ କାହିଁକି କରାଯାଇଥିଲା।ଏହାର କାରଣ କ’ଣ ତାହାର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବୋଧହୁଏ ଏହା କିଛି ବିଜ୍ଞାପନ ଅଭିଯାନର ଏକ ଅଂଶ ହୋଇଥାଇପାରେ ଅବା କେବଳ ପରିହାସ ହୋଇଥାଇପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ଯେତେବେଳେ ଏହି ଭିଡିଓ ଭାଇରାଲ ହେଲା, ଅନେକ ୟୁଜର କହିଥିଲେ, ଆମ ଇତିହାସରେ ପୁରୁଷମାନେ ଦାଢ଼ି ରଖିଥିଲେ। ଆମେ ଆଦିମ ପ୍ରାଣୀ ଥିବା ସମୟରୁ ମଧ୍ୟ ଦାଢ଼ି ରଖିଛୁ। ଯଦି ତୁମେମାନେ ଦାଢ଼ିକୁ ପସନ୍ଦ କରୁନାହଁ ତେବେ ଜଣେ କ୍ଲିନ୍ ସେଭ୍ ବ୍ୟକ୍ତିଙ୍କୁ ଚୟନ କର। ଏତେ ଗହଳି ନାରାବାଜୀ କରିବାର କାରଣ କ’ଣ ?

ଏହି ବିରୋଧ ଏକ ନାଟକ ନା ପ୍ରକୃତ ପ୍ରଦର୍ଶନ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହା ଉପରେ ଅନେକ ନକାରାତ୍ମକ ପ୍ରତିକ୍ରିୟା ମିଳିବାରେ ଲାଗିଛି। ୟୁଜରମାନେ କହିଛନ୍ତି ଯଦି ଦାଢ଼ି ସହିତ ଆପଣମାନଙ୍କର କିଛି ଅସୁବିଧା ଅଛି ତେବେ ଆପଣମ‌ାନେ ଘରେ ରହିବା ଉଚିତ୍। ଆମ ଉପରେ ଆପଣମାନଙ୍କର ପ୍ରଦର୍ଶନର କୌଣସି ପ୍ରଭାବ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe