ଘରେ ଦୁଇ ଚକିଆ ଯାନ, ଫ୍ରିଜ୍‌ ଏବଂ ମାସିକ ରୋଜଗାର ୧୦ ହଜାର ଥିଲେ ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇପାରିବେ ନାହିଁ!

Advertisment
ଘରେ ଦୁଇ ଚକିଆ ଯାନ, ଫ୍ରିଜ୍‌ ଏବଂ ମାସିକ ରୋଜଗାର ୧୦ ହଜାର ଥିଲେ ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇପାରିବେ ନାହିଁ!

ମୋଦି କେୟାର ବା ଆୟୁଷ୍ମାନ ଯୋଜନାରେ ଯୋଗ୍ୟ ହିତାଧିକାରୀ ହେବାକୁ ହେଲେ ରହିଛି ସ୍ୱତନ୍ତ୍ର ନିୟମ। ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ। ସୂଚନା ମୁତାବକ ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏହାର ଦାୟିତ୍ୱ ନିର୍ବାହ କରୁଛନ୍ତି। ତେଣୁ ଯଦି ଆପଣଙ୍କ ପାଖରେ ଦୁଇ ଚକିଆ ଯାନ, ଫ୍ରିଜ୍‌ ଏବଂ ଯଦି ଆପଣଙ୍କ ପରିବାରର ମାସିକ ରୋଜଗାର ୧୦ ହଜାର ଟଙ୍କା ରହିଛି ତେବେ ମୋଦି କେୟାର ଯୋଜନାରେ ଆପଣ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି।

publive-image

ଯୋଜନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ, ୨୦୧୧ ଜନଗଣନା ଅନୁସାରେ ଦେଶରେ ପ୍ରାୟ ୧୦ କୋଟି ୭୪ ଲକ୍ଷ ପରିବାର ଅଭାବ ଅନଟନରେ ଅଛନ୍ତି। ସେମାନଙ୍କ ପାଇଁ ଏହି ଯୋଜନା ଫଳପ୍ରଦ ହେବ। ତେଣୁକରି ପଂଜୀକୃତ ପ୍ରତ୍ୟକ ପରିବାରଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବା ସହାୟତା ରାଶି ଯୋଗାଇଦେବେ ମୋଦି ସରକାର।

ତେବେ ମୋଦି କେୟାରରେ ସାମିଲ ହେବାନେଇ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ବାବଦରେ ଏକ ତାଲିକା ପ୍ରକାଶ କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ। ସେଥିରେ ଉଲ୍ଲେଖ ରହିଛି ଯେ, ବାଇକ୍‌, କାର୍‌, ଫ୍ରିଜ୍‌, ମାଛ ଧରା ଡଙ୍ଗା, କିମ୍ବା ଚାଷ ଉପକରଣ କୌଣସି ଯାନ ବାହାନ ଥିଲେ ସେମାନେ ଏହି ଯୋଜନାରୁ ବାଦ୍‌ ପଡ଼ିବେ। ତେବେ ଯୋଗ୍ୟହିତାଧିକାରୀ ଚୟନ କରିବା ପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe