ନୋ ପ୍ୟାଣ୍ଟସ୍‌ ଡେ : ପ୍ୟାଣ୍ଟ ନ ପିନ୍ଧି ହଜାର ହଜାର ଯୁବକ-ଯୁବତୀ ମେଟ୍ରୋରେ ଯାତ୍ରା କଲେ

Advertisment
ନୋ ପ୍ୟାଣ୍ଟସ୍‌ ଡେ : ପ୍ୟାଣ୍ଟ ନ ପିନ୍ଧି ହଜାର ହଜାର ଯୁବକ-ଯୁବତୀ ମେଟ୍ରୋରେ ଯାତ୍ରା କଲେ

ଇଂଲଣ୍ଡ: ବିଦେଶରେ ପ୍ରତିବର୍ଷ ‘ନୋ ପ୍ୟାଣ୍ଟସ୍‌ ଡେ’ ପାଳନ ହୋଇଥାଏ। ଚଳିତ ବର୍ଷ ରବିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ହଜାର ହଜାର ଯୁବକ-ଯୁବତୀ ଭାଗ ନେଇଥିଲେ। ‘ ନୋ ପ୍ୟାଣ୍ଟସ୍‌  ଡେ’ର ପ୍ରାରମ୍ଭ ନ୍ୟୁୟର୍କରେ ୧୭ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏବେ କିନ୍ତୁ ଏହି ନୋ ପ୍ୟାଣ୍ଟସ୍‌ ଡେ ୬୦ଟି ସହରରେ ଆୟୋଜିତ ହେଉଛି। ଏହି ଡେ’ରେ ଉଭୟ ଯୁବତୀ ଓ ଯୁବକ ପ୍ୟାଣ୍ଟ ନପିନ୍ଧି ମେଟ୍ରୋରେ ଯାତ୍ରା କରିଥାଆନ୍ତି। ତେବେ ବିଭିନ୍ନ ସହରର ଯୁବକ-ଯୁବତୀ ପ୍ୟାଣ୍ଟ ନପିନ୍ଧି ଯାତ୍ରା କରିବାର ଦୃଶ୍ୟର ଫଟୋ ସାମ୍ନାକୁ ଆସିଛି। ଏଥିରେ ଅଧିକ ସଂଖ୍ୟାରେ ଯୁବତୀ ସାମିଲ ଥାଆନ୍ତି।

publive-image

ଲଣ୍ଡନରେ ୪୦୦ରୁ ଅଧିକ ଲୋକ ରବିବାର ଆୟୋଜିତ ହୋଇଥିବା ‘ନୋ ପ୍ୟାଣ୍ଟସ୍‌ ଡେ’ରେ ଭାଗ ନେଇଥିଲେ। ସେହିଦିନ ସହରର ତାପମାତ୍ରା୩ଡିଗ୍ରୀ ଥିବା ଜଣାପଡ଼ିଛି। ଏହି ‘ନୋ ପେଣ୍ଟସ୍‌ ଡେ’ର କାର୍ଯ୍ୟକ୍ରମର ଏକ ସାଧାରଣ କଥାରୁ ଆରମ୍ଭ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ‘ଲୋକମାନଙ୍କୁ ହସାଇବା’। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସଦସ୍ୟ ଜଣେ ଅନ୍ୟ ଜଣଙ୍କୁ ଏଭଳିସ୍ୱଭାବ ଦେଖାଇ ଥାଆନ୍ତି, ଯେପରିକି କେହି କାହାରିକୁ ଜାଣନ୍ତି ହି ନାହିଁ।

publive-image

ପ୍ରକାଶିକ ଖବର ମୁତାବିକ, ୨୫ଟି ଦେଶର ୬୦ଟି ସହରରେ ହଜାର ହଜାର ଲୋକ ଏହି ‘ନୋ ପେଣ୍ଟସ୍‌ ଡେ’ରେ ସାମିଲ ହୋଇଥିଲେ। ଅଫିସ ଯାଉଥିବା ଲୋକମାନେ ବି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe