ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜଣେ ଟ୍ୟାକ୍ସି ଚାଳକ ଯାତ୍ରୀଙ୍କ ପାଇଁ ବାର୍ତ୍ତା ଥିବା ଏକ ପୋଷ୍ଟରକୁ ତାଙ୍କ ଗାଡ଼ିରେ ମାରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପୋଷ୍ଟରରେ ସେ ଉଲ୍ଲେଖ କରିଛନ୍ତି କି, ‘ଚେତାବନୀ! ଏଠାରେ କୌଣସି ପ୍ରକାର ରୋମାନ୍ସ ଚଳିବ ନାହିଁ। ଏହା ଟ୍ୟାକ୍ସି ଅଟେ। ଏହା ଆପଣଙ୍କ କୌଣସି ବ୍ୟକ୍ତିଗତ ସ୍ଥାନ ନୁହେଁ। ତେଣୁ ଏସବୁଥିରୁ ନିବୃତ୍ତ ରହି ଶାନ୍ତି ବଜାୟ ରଖନ୍ତୁ।’
ଟ୍ୟାକ୍ସ ଚାଳକଙ୍କ ଏହି ପୋଷ୍ଟରକୁ ଜଣେ ଯାତ୍ରୀ ଏକ୍ସରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି। ଲୋକେ ଏହି ପୋଷ୍ଟର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ବାର୍ତ୍ତା। ’
ଗତ ସପ୍ତାହରେ ବେଙ୍ଗାଲୁରୁର ଜଣେ କ୍ୟାବ ଚାଳକ ସିଟ ପଛରେ ବାନ୍ଧିଥିବା ପୋଷ୍ଟ ଖୁବ ଭାଇରାଲ ହୋଇଥିଲା। ଏହି ଲେଖାଥିଲା, ‘ଆପଣ ଟ୍ୟାକ୍ସିର ମାଲିକ ନୁହନ୍ତି। ଯିଏ ଚଲାଉଛନ୍ତି ସେ ହେଉଛନ୍ତି ଟ୍ୟାକ୍ସି ମାଲିକ।’
ଚାଳକଙ୍କ ସହିତ ନମ୍ର ଓ ଭଦ୍ରତାରେ କଥା ହୁଅନ୍ତି। ଗାଡ଼ିରୁ ଓହ୍ଲାଇଲା ବେଳେ ଦ୍ବାରାକୁ ଧୀରେ ଦିଅନ୍ତୁ। ଆପଣଙ୍କ ଅଂହଙ୍କାରକୁ ନିଜ ପାଖରେ ରଖନ୍ତୁ। ଏଥିପାଇଁ ଆପଣ ଅଧିକ ଟଙ୍କା ଦେଉ ନାହାନ୍ତି।
ଶୀଘ୍ର ଚାଲନ୍ତୁ ବୋଲି କୁହନ୍ତୁ ନାହିଁ।’
Follow Us