ଛାତ କିମ୍ବା କବାଟ ନ ଥିବା ଅଜବ ହୋଟେଲ, ଯେଉଁଠାରେ ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡେ ୧୭,୦୦୦ ଟଙ୍କା!

Advertisment
ଛାତ କିମ୍ବା କବାଟ ନ ଥିବା ଅଜବ ହୋଟେଲ, ଯେଉଁଠାରେ ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡେ ୧୭,୦୦୦ ଟଙ୍କା!

ବିଶ୍ୱରେ ବିଭିନ୍ନ ପ୍ରକାରର ବିଳାସପୂର୍ଣ୍ଣ ହୋଟେଲ ରହିଛି। ଏହି ହୋଟେଲଗୁଡ଼ିକ ଦେଖିବାକୁ ବହୁ ତାଲାବିଶିଷ୍ଟ ଓ ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ। ଯାହା ଦେଖିବାକୁ ଲାଗୁଥାଏ ରାଜଉଆସ ପରି। କିନ୍ତୁ ଏପରି ଏକ ଅଜବ ଧରଣର ହୋଟେଲ ରହିଛି ଯାହାର ଛାତ କିମ୍ବା କବାଟ ନାହିଁ। ଏହି ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡେ ୧୭,୦୦୦ ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଅଜବ ହୋଟେଲ ସୁଇଜରଲ୍ୟାଣ୍ଡରେ ରହିଛି।

publive-image

ସୁଇଜରଲ୍ୟାଣ୍ଡରେ ଥିବା ଏହି ଅଜବ ଧରଣର ହୋଟେଲର ଖାସ୍‌ କଥା ହେଉଛି ନାଁ ଏଠି ରହିଛି ଛାତ ନାଁ ରହିଛି କବାଟ ଏବଂ ବାଥରୁମ୍‌, ଆସବାବପତ୍ର ମଧ୍ୟ କିଛି ରହିନାହିଁ। କେବଳ ଗୋଟିଏ ଖଟ, ବ୍ୟକ୍ତିଗତ ସାମଗ୍ରୀ ରଖିବା ପାଇଁ ଗୋଟିଏ ଛୋଟିଆ ଟେବୁଲ୍‌ ଏବଂ ଲାଇଟ୍‌ ବ୍ୟତୀତ ଏହି ସ୍ଥାନରେ ଆପଣ ଆଉ କିଛି ଦେଖିବାକୁ ପାଇବେ ନାହିଁ। ଏହି ଅଜବ ଧରଣର ହୋଟେଲର ନାଁ ହେଉଛି ନୁଲ୍‌ ଷ୍ଟର୍ଣ୍ଣ। ଏହି ହୋଟେଲଟି ଏଭଳି ଏକ ସ୍ଥାନରେ ରହିଛି ଯାହାକୁ ଦେଖିଲେ ଆପଣଙ୍କୁ ଏଠାରେ ରହିବାକୁ ଇଚ୍ଛା ହେବ। ଚାରିଆଡେ ପାହାଡ, ସବୁଜିମାଭରା ବୃକ୍ଷଲତା ଏବଂ ମୁଣ୍ଡ ଉପରେ ଖୋଲା ଆକାଶ। କିଏ ଅବା ଏଭଳି ସ୍ଥାନରେ ରହିବାକୁ ଚାହିଁବନି!

ତେବେ ସୁଇଜରଲ୍ୟାଣ୍ଡର ଫ୍ରେକ୍‌ ଏବଂ ନ୍ୟୁକିଲିସ୍‌ ନାମକ ଦମ୍ପତି ଏହି ହୋଟେଲକୁ ତିଆରି କରିଛନ୍ତି। ଏହି ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଆପଣଙ୍କୁ ୧୭,୦୦୦ ଟଙ୍କା ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe