ସଞ୍ଚୟ କରିଥିବା ୪୮,୦୦୦ଟଙ୍କାରେ ୩ଜଣ ପ୍ରବାସୀଙ୍କୁ ବିମାନରେ ଘରକୁ ପଠାଇଲେ ୧୨ବର୍ଷୀୟା ନିହାରିକା

ସଞ୍ଚୟ କରିଥିବା ୪୮,୦୦୦ଟଙ୍କାରେ ୩ଜଣ ପ୍ରବାସୀଙ୍କୁ ବିମାନରେ ଘରକୁ ପଠାଇଲେ ୧୨ବର୍ଷୀୟା ନିହାରିକା

ରାଞ୍ଚି: କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି ପ୍ରବାସୀଙ୍କ ଦୁଃଖ | ଗାଡି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଚାଲି ଚାଲି ଆସିବା ଏବଂ ଆସିବା ବାଟରେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେବାର ଅନେକ ଚିତ୍ର ସାମ୍ନାକୁ ଆସିଛି | ତେବେ ଉତ୍ତରପ୍ରଦେଶର ନୋଏଡାରେ ରହୁଥିବା ଜଣେ ୧୨ବର୍ଷର ବାଳିକା ପ୍ରବାସୀମାନଙ୍କ ପାଇଁ କରିଥିବା କାମକୁ ନେଇ ଏବେ ତାଙ୍କୁ ଲୋକେ ପ୍ରଶଂସା କରିବାରେ ଲାଗିପଡିଛନ୍ତି | ସେ ସଂଚୟ କରିଥିବା ଟଙ୍କାରେ ଝାଡ଼ଖଣ୍ଡରୁ ତିନିଜଣ ପ୍ରବାସୀ ଶ୍ରମିକଙ୍କୁ ବିମାନ ଯାତ୍ରା ପାଇଁ ଅର୍ଥ ପ୍ରଦାନ କରିବା ଘଟଣା ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଅନେକ ଲୋକ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ ସାହାଯ୍ୟ କରିଥିବା ବେଳେ ଏଭଳି କରିବାରେ ସବୁଠାରୁ କମ ବୟସ୍କା ପାଲଟିଛନ୍ତି ନିହାରିକା ଦ୍ବିବେଦୀ |

ତାଙ୍କର ଏଭଳି କାମ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ପ୍ରଶଂସା କରିଛନ୍ତି | ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିହାରିକା ୩ଜଣ ପ୍ରବାସୀଙ୍କ ବିମାନ ଟିକେଟ ପାଇଁ ୪୮,୦୦୦ଟଙ୍କା ଦେଇଥିବା ଜଣା ପଡିଛି | ତାଙ୍କର ଏଭଳି କାମକୁ ପ୍ରଶଂସା କରି ଶ୍ରୀ ସୋରେନ କହିଛନ୍ତି ଯେ, ଅନ୍ୟମାନଙ୍କ ଆବଶ୍ୟକତା ଓ ସେମାନଙ୍କ କଷ୍ଟକୁ ବୁଝି ସେମାନଙ୍କୁ ସାହାଯ୍ୟ କରିଥିବାରୁ ମୁଁ ନିହାରିକାଙ୍କୁ କୃତଜ୍ଞତା ଜଣାଉଛି ଏବଂ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

Noida Girl, 12, Pays Rs 48,000 From Piggy Bank For Airfare Of 3 Migrants ndtv

ନିଜ ସଞ୍ଚୟକୁ ଦାନ କରିଥିବା ନିହାରିକା ଦ୍ୱିବେଦୀ କହିଛନ୍ତି ଯେ, ସମାଜ ଆମକୁ ବହୁତ କିଛି ଦେଇଛି ଏବଂ ଏହି ସଙ୍କଟ ସମୟରେ ଏହାକୁ ଫେରାଇବା ଆମର ଦାୟିତ୍ୱ ଅଟେ। ସୂଚନା ମୁତାବକ, ଲକଡାଉନରେ ପ୍ରବାସୀଙ୍କ ଦୁଃଖ ଦେଖି ନିଜ ଅଂଚଳରେ ସେଭଳି କେହି ଅଛନ୍ତି କି ବୋଲି ଖୋଜିବା ଆରମ୍ଭ କରିଥିଲେ ନିହାରିକା | ପରେ ଏହି ୩ଜଣ ପ୍ରବାସୀଙ୍କ ବିଷୟରେ ଜାଣି ସେ ତାଙ୍କୁ ବିମାନରେ ଘରକୁ ପଠାଇବେ ବୋଲି ମନସ୍ଥ କରିଥିବା ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe