ସହଜରେ ନଷ୍ଟ ହେଉନଥିବା ବ୍ୟାଟେରି

Advertisment

ବୈଜ୍ଞାନିକମାନେ ନିକଟରେ ଏକ ପ୍ରସାରଣକ୍ଷମ, ନମନୀୟ, ହାଇଡ୍ରୋଜେଲ୍‌ ବ୍ୟାଟେରି ବିକଶିତ କରିଛନ୍ତି, ଯାହା ପ୍ରଚଳିତ ବ୍ୟାଟେରି ସହ ଜଡ଼ିତ ବିଷାକ୍ତ ଉପାଦାନ ଓ ଆର୍ଦ୍ରତା ସମସ୍ୟାରୁ ମୁକ୍ତ।

ବୈଜ୍ଞାନିକମାନେ ନିକଟରେ ଏକ ପ୍ରସାରଣକ୍ଷମ, ନମନୀୟ, ହାଇଡ୍ରୋଜେଲ୍‌ ବ୍ୟାଟେରି ବିକଶିତ କରିଛନ୍ତି, ଯାହା ପ୍ରଚଳିତ ବ୍ୟାଟେରି ସହ ଜଡ଼ିତ ବିଷାକ୍ତ ଉପାଦାନ ଓ ଆର୍ଦ୍ରତା ସମସ୍ୟାରୁ ମୁକ୍ତ।

sddsccx

ବୈଜ୍ଞାନିକମାନେ ନିକଟରେ ଏକ ପ୍ରସାରଣକ୍ଷମ, ନମନୀୟ, ହାଇଡ୍ରୋଜେଲ୍‌ ବ୍ୟାଟେରି ବିକଶିତ କରିଛନ୍ତି, ଯାହା ପ୍ରଚଳିତ ବ୍ୟାଟେରି ସହ ଜଡ଼ିତ ବିଷାକ୍ତ ଉପାଦାନ ଓ ଆର୍ଦ୍ରତା ସମସ୍ୟାରୁ ମୁକ୍ତ। ଗବେଷକମାନେ ଏଥିରେ ଛୁରୀ ଭୁସି, କାଟି ଓ ମୋଡ଼ିମାଡ଼ି କରି ତାହାର ଦୃଢ଼ତା ପରଖିଥିଲେ। ଏପରିକି ଅତ୍ୟୁଚ୍ଚ ତାପମାତ୍ରା ଓ ଆର୍ଦ୍ର ପରିବେଶରେ ଏସବୁ କରିବା ସତ୍ତ୍ବେ ତାହା ୯୦ ପ୍ରତିଶତ କାର୍ଯ୍ୟଦକ୍ଷତା ବଜାୟ ରଖିଥିବା ଗବେଷକମାନେ ଦାବି କରିଛନ୍ତି। ଏଥି ସହିତ ବ୍ୟାଟେରିଟି ମାସକ ଭିତରେ ୫୦୦ ଥର ଚାର୍ଜିଂ-ଡିସଚାର୍ଜିଂ ଚକ୍ର ସହ ମଧ୍ୟ ସୁସଂଗତ ରହିପାରୁଛି। 

ଏଠାରେ ଉଲ୍ଲେଖଯୋଗ୍ୟ, ପାରମ୍ପରିକ ନରମ ଲିଥିଅମ୍‌-ଆୟନ୍‌ ବ୍ୟାଟେରିଗୁଡ଼ିକ ଆର୍ଦ୍ରତା ପ୍ରବେଶ ଯୋଗୁଁ କାର୍ଯ୍ୟଦକ୍ଷତା ହ୍ରାସର ଶିକାର ହୋଇଥା’ନ୍ତି। ଏଥି ସହିତ ସେଗୁଡ଼ିକ ଭିତରେ ଥିବା ବିଷାକ୍ତ ତଥା ଜ୍ବଳନଶୀଳ ଇଲେକ୍ଟ୍ରୋଲାଇଟ୍‌ସ ଯୋଗୁଁ ନିଆଁ ଲାଗିବା ଭଳି ବିପଦର ଆଶଙ୍କା ରହିଛି। ଏହି ଆହ୍ବାନଗୁଡ଼ିକର ମୁକାବିଲା ପାଇଁ ଗବେଷକମାନେ ଫ୍ଳୋରିନ୍‌-ମୁକ୍ତ ଲିଥିଅମ୍‌ ଲୁଣ ସମ୍ବଳିତ ଏକ ଇଲେକ୍ଟ୍ରୋଲାଇଟ୍‌ ବିକଶିତ କରିଛନ୍ତି। ଏହି ହାଇଡ୍ରୋଜେଲ୍‌ ବ୍ୟାଟେରିରେ ଜଳଭିତ୍ତିକ ଇଲେକ୍ଟ୍ରୋଲାଇଟ୍‌ ବ୍ୟବହୃତ ହେଉଥିବାରୁ ତାହା ଲିଥିଅମ୍-ଆୟନ୍‌ ବ୍ୟାଟେରି ଭଳି ଜ୍ବଳନଶୀଳ ନୁହେଁ ଏବଂ ସେଥିରେ ବିସ୍ଫୋରଣ ହେବାର ଆଶଙ୍କା ଖୁବ୍ କମ୍।

ଏଥି ସହିତ ଲିଥିଅମ୍‌-ଆୟନ୍‌ ବ୍ୟାଟେରିଗୁଡ଼ିକର ଦୃଢ଼ ତଥା ବାୟୁବିରୋଧୀ ପ୍ୟାକିଂ ଭଳି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିବା ଜରୁରି ହୋଇଥିବା ବେଳେ ହାଇଡ୍ରୋଜେଲ୍‌ରେ ୫୦ ପ୍ରତିଶତ ଆର୍ଦ୍ରତାରେ ୧୯ ପ୍ରତିଶତ ଜଳୀୟ ଅଂଶ ବଜାୟ ରହୁଥିବାରୁ କୌଣସି ଦୃଢ଼ ଆବରଣ ବିନା ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରିବ। ଏହି ବ୍ୟାଟେରି ଫ୍ଳୋରିନ୍‌-ମୁକ୍ତ ହୋଇଥିବାରୁ ପରିବେଶ ପାଇଁ ତାହା ନିରାପଦ ଏବଂ ମନୁଷ୍ୟ ପାଇଁ କମ୍‌ ବିଷାକ୍ତ। ତେବେ ପାରମ୍ପରିକ ବ୍ୟାଟେରିଗୁଡ଼ିକ ବୈଦ୍ୟୁତିକ ଯାନ ଓ ବ୍ୟାପକ ବିଦ୍ୟୁତ୍‌ ସଂରକ୍ଷଣ ପରି ଉଚ୍ଚ ଶକ୍ତି ପ୍ରୟୋଗ କ୍ଷେତ୍ର ପାଇଁ ଉପଯୁକ୍ତ ହୋଇଥିବା ବେଳେ ଏହି ହାଇଡ୍ରୋଜେଲ ବ୍ୟାଟେରି ନମନୀୟ ଫିଟନେସ୍ ଟ୍ରାକର, ବାୟୋସେନ୍ସର, ଏଲ୍‌ଇଡିଯୁକ୍ତ ସ୍ମାର୍ଟ ପୋଷାକ ଓ ପାଣିତଳ ରୋବଟ ସମେତ ମହାକାଶ ଅନୁସନ୍ଧାନ କାର୍ଯ୍ୟ ପାଇଁ ଉପାଦେୟ ହୋଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe