ତରଳୁ ନଥିବା ଆଇସ୍‌କ୍ରିମ୍!

ତରଳୁ ନଥିବା ଆଇସ୍‌କ୍ରିମ୍!

ଆଇସ୍‌ ବା ବରଫର ପ୍ରକୃତି ହେଲା ତାପମାତ୍ରା ଶୂନ ଡିଗ୍ରି ସେଲସିୟସ୍‌ରୁ ବଢ଼ିବା ମାତ୍ରେ ତାହା ତରଳିବା ଆରମ୍ଭ କରିଥାଏ। କିନ୍ତୁ ଚୀନର ଏକ ଆଇସ୍‌କ୍ରିମ୍ କମ୍ପାନି ବଜାରରେ ଏମିତି ଏକ ଆଇସ୍‌କ୍ରିମ୍ ବିକ୍ରି କରୁଛି ଯାହା ଉଚ୍ଚ ତାପମାତ୍ରାରେ ସୁଦ୍ଧା ତରଳୁନାହିଁ। ଚୀନର ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓରୁ ଜଣାପଡ଼ିଛି ଯେ ଏହି ଆଇସ୍‌କ୍ରିମ୍‌କୁ ୩୧ ଡିଗ୍ରି ସେଲ୍‌ସିୟସ୍‌ରେ ୫୦ ମିନିଟ୍‌ ରଖିବା ପରେ ମଧ୍ୟ ଏହା କଠିନ ରହୁଛି। ଆଉ ଏକ ଭିଡିଓରେ ଏହି ଆକସ୍‌କ୍ରିମ୍‌କୁ ଏକ ଲାଇଟର୍‌ ଶିଖାରେ ତରଳାଇବାକୁ ଚେଷ୍ଟା କରିବାରୁ ଏହା ତରଳିବା ପରିବର୍ତ୍ତେ ଏଥିରୁ ସୁଗନ୍ଧିତ ଧୂଆଁ ବାହାରୁଥିବା ଜଣାପଡ଼ିଛି। ଏଥିପାଇଁ ‘ଝୋଙ୍ଗ ଝୁଇ ଗାଓ’ ବା ‘ଚାଇସ୍‌କ୍ରିମ୍’ ନାମକ ଏହି ଆଇସ୍‌କ୍ରିମ୍ କମ୍ପାନି ଏବେ ସମାଲୋଚିତ ହେଉଛି। ଏହା ତରଳୁ ନ ଥିବାରୁ ଏଥିରେ ବହୁଳ ଭାବେ ଅସ୍ବାସ୍ଥ୍ୟକର କୃତ୍ରିମ୍ ସାମଗ୍ରୀ ବ୍ୟବହୃତ ହେଉଥିବାର ଆଶଙ୍କା କରାଯାଉଛି। ଏହି କମ୍ପାନି ଅତ୍ୟନ୍ତ ଉଚ୍ଚ ଦରରେ ଆଇସ୍‌କ୍ରିମ୍ ଉତ୍ପାଦ ବିକ୍ରି କରିଥାଏ। ତଥାପି ଏହାର ଆଇସ୍‌କ୍ରିମ୍‌ମାନ ଚୀନର ବିଭିନ୍ନ ସହରରେ ଖୁବ୍ ଲୋକପ୍ରିୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe