ଅହିଂସ ଚିତା!

Advertisment
ତିଗିରିଆରେ ବାଘ ଆତଙ୍କ: ମାରି ଖାଇଗଲା ବାଛୁରୀ

Tierpark Berlin

ହିଂସ୍ର ପଶୁ କହିଲେ ଆମ ମନକୁ ସାଧାରଣତଃ ବାଘ ହିଁ ପ୍ରଥମେ ଆସିଥାଏ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ବରଫ ଚିତା ବା ବରଫ ଅଞ୍ଚଳରେ ବସବାସ କରୁଥିବା ଚିତାବାଘ ମନୁଷ୍ୟ ପାଇଁ ଆଦୌ ହାନିକାରକ ନୁହେଁ। କାରଣ ଅନ୍ୟ ପ୍ରଜାତିର ବାଘ ପରି ସେମାନେ ସେତେ ମାଂସାଶୀ ନୁହନ୍ତି। ସେମାନେ ମୁଖ୍ୟତଃ ଗଛର ଡାଳ ବା ତୃଣଜାତୀୟ ଗୁଳ୍ମ ଖାଇବାକୁ ପସନ୍ଦ କରିଥା’ନ୍ତି। ତେବେ ସୁଯୋଗ ମିଳିଲେ ସେମାନେ ବଣୁଆ ମେଣ୍ଢା କି ଛେଳି ଶିକାର କରିଥା’ନ୍ତି। ମାତ୍ର କୌଣସି ପରିସ୍ଥିତିରେ ବି ମନୁଷ୍ୟ ପ୍ରତି ଆକ୍ରାମକ ହୁଅନ୍ତି ନାହିଁ।

ନିଜର ବସବାସ ଇଲାକାକୁ ପ୍ରାୟ ଶହେ ବର୍ଗ ମାଇଲ ଭିତରେ ସୀମିତ ରଖୁଥିବା ଏହି ପ୍ରାଣୀ ସାଧାରଣତଃ ପ୍ରାତଃ ଓ ସାୟଂକାଳରେ ବେଶୀ ସକ୍ରିୟ ଥାଆନ୍ତି। ତେବେ ମନୁଷ୍ୟ ତରଫରୁ ସେମାନଙ୍କ ପ୍ରତି କୌଣସି ବିପଦ ଉପୁଜିଲେ, ସେମାନେ ଆକ୍ରମଣ କରିବା ଅପେକ୍ଷା ସ୍ଥାନ ଛାଡ଼ି ଦୂରକୁ ପଳେଇଯିବାକୁ ପସନ୍ଦ କରିଥା’ନ୍ତି। ସେମାନଙ୍କର ଏପରି ସଂକୋଚୀ ଓ ପଳାୟନପନ୍ଥୀ ଗୁଣ ପାଇଁ ସେମାନଙ୍କୁ ‘ପାହାଡ଼ର ଭୂତ’ ଭାବେ ଅନେକ ଆଖ୍ୟା ଦେଇଥା’ନ୍ତି। ସେମାନଙ୍କ ସମ୍ପର୍କରେ ଆଉ ଏକ ରୋଚକ କଥା ହେଲା, ଅନ୍ୟ ବାଘମାନଙ୍କ ପରି ଏହି ବରଫ ଚିତା ଗର୍ଜନ କରିପାରେନାହିଁ। ଅପରପକ୍ଷେ, ବେଳେ ବେଳେ ଏହା ଏକ ଶ୍ରୁତିମଧୁର ବୋବାଳି ଛାଡ଼ିଥାଏ। କଣ୍ଠର ସ୍ବତନ୍ତ୍ର ଆକୃତି ଓ ଗଠନ ପାଇଁ ତା’ର ସେପରି ସ୍ବର ବାହାରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe