Image Courtesy of Free Press Journal
ଟେକ୍ସାସ୍ (ଯୁକ୍ତରାଷ୍ଟ୍ର ଆମେରିକା): ପରିବାରରେ ସମୟ ବିତାଇବା ଅପେକ୍ଷା ସାଙ୍ଗସାଥୀଙ୍କ ସହ ମିଳିତ ହେଲେ ଲୋକେ ପ୍ରକୃତରେ ସୁଖୀ ହୁଅନ୍ତି ବୋଲି ‘ଏସ୍ଏମ୍ୟୁ ସାଇକୋଲୋଜି ପ୍ରଫେସର୍ ନାଥନ ହଡ୍ସନ୍ କରିଥିବା ଅଧ୍ୟୟନ କହୁଛି।
ହଡ୍ସନ୍ଙ୍କ ଗବେଷଣାରୁ ଜଣାପଡ଼ିଛି ଯେ, ପତ୍ନୀ/ପତି ଓ ପିଲାମାନଙ୍କ ସହ ସମୟ ବିତାଇବା ଅପେକ୍ଷା ସାଙ୍ଗସାଥୀମାନଙ୍କ ସହ ସମୟ କାଟିବାରେ ଅଧିକ ସୁଖ ମିଳେ ବୋଲି ଲୋକେ କହିଛନ୍ତି।
‘ଜର୍ଣ୍ଣାଲ୍ ଅଫ୍ ପର୍ସନାଲିଟି ଆଣ୍ଡ୍ ସୋସିଆଲ୍ ସାଇକୋଲୋଜି’ରେ ପ୍ରକାଶିତ ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ସତ କହିବାକୁ ଗଲେ, ଏହି ତିନିବର୍ଗଙ୍କ (ପତ୍ନୀ/ପତି, ସନ୍ତାନ ଓ ସାଙ୍ଗସାଥୀ) ମଧ୍ୟରୁ ପତ୍ନୀ/ପତି ବା ରୋମାଣ୍ଟିକ୍ ପାର୍ଟନର୍ମାନଙ୍କ ଗହଣରେ ରହିଲେ ସର୍ବନିମ୍ନ ସୁଖ ମିଳିଥାଏ।
Image Courtesy of Devdiscourceହଡ୍ସନ୍ ଯୋର୍ ଦେଇ କହିଛନ୍ତି ଯେ, ସାଙ୍ଗସାଥୀଙ୍କ ସହ ବ୍ୟକ୍ତି ସମୟ ବିତାଇବା ଅପେକ୍ଷା ସେମାନଙ୍କ ସହ ଲିପ୍ତ ରହୁଥିବା କାର୍ଯ୍ୟକଳାପ ଉପରେ ସୁଖର ମାତ୍ରା ନିର୍ଭର କରେ। ଏହାର କାରଣ ହେଉଛି, ପରିବାର ଅପେକ୍ଷା ସାଙ୍ଗସାଥୀମାନଙ୍କ ସହ ଲୋକେ ଅଧିକ ଉପଭୋଗ୍ୟ କାର୍ଯ୍ୟରେ ସମୟ ବିତାଇ ଥାଆନ୍ତି। ପରିବାର ସଦସ୍ୟମାନଙ୍କ ସଙ୍ଗେ ଲୋକେ ସାଧାରଣତଃ ଘରକାମ ଓ ସେବାଯତ୍ନ ଭଳି କାର୍ଯ୍ୟ କରନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଅଧ୍ୟୟନ ଆତ୍ମୀୟ ସ୍ବଜନ ସମ୍ପର୍କର ମୌଳିକ ସ୍ବଭାବ ଉପରେ ମନ୍ତବ୍ୟ ଦେଉନାହିଁ। କିନ୍ତୁ, ଏହି ତିନି ବର୍ଗ ସହ କରାଯାଉଥିବା କାର୍ଯ୍ୟକଳାପକୁ ବାଦ ଦେଇ ଦେଖିଲେ ପିଲା, ପତ୍ନୀ/ପତି ଓ ବନ୍ଧୁଙ୍କ ସହ ସମୟ ବିତାଇବାରେ ସୁଖର ମାତ୍ରା ପ୍ରାୟ ସମାନ ହୋଇଥାଏ। ଏହାଛଡ଼ା, ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ, ଅଧିକ ସୁଖ ମିଳୁ ନ ଥିଲେ ବି ଲୋକେ ପତ୍ନୀ/ପତି ଓ ପିଲାମାନଙ୍କ ସହ ବିତାଉଥିବା ସମୟକୁ ପ୍ରକୃତରେ ଉପଭୋଗ କରନ୍ତି।
ପ୍ରାୟ ୪୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା।
Follow Us