ବୈଜ୍ଞାନିକମାନେ ପ୍ରମାଣିତ କଲେ; କାହିଁକି ଭୋକ ଆସିଲେ ରାଗ ଲାଗେ

Advertisment
ବୈଜ୍ଞାନିକମାନେ ପ୍ରମାଣିତ କଲେ; କାହିଁକି ଭୋକ ଆସିଲେ ରାଗ ଲାଗେ

punjabkesari.in

ଓ୍ଵାସିଂଟନ୍‌ : ସାଧାରଣତଃ ଭୋକ ହେଲେ ମନରେ ରାଗ ଆସେ। ପୁଣି ରାଗ ବା କ୍ରୋଧର ମୁଖ୍ୟ କାରଣ ଭୋକ ବୋଲି କୁହାଯାଇଥାଏ । ଏପରିକି ଅନେକ ସମୟରେ ପେଟରେ ଭୋକ ରହିଥିଲେ ମନୁଷ୍ୟ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖି ପାରିନଥାଏ । ତେବେ ଏହାର କାରଣ ଏବଂ ଉତ୍ତର ବର୍ତ୍ତମାନ ଖୋଜି ବାହାର କରିଛନ୍ତି ଆମେରିକୀୟ ବୈଜ୍ଞାନିକ । ନିକଟରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ୪୦୦ରୁ ଅଧିକ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଅନୁସନ୍ଧାନରେ ଭୋକ ହେଲେ ସ୍ୱାଭାବିକ ଭାବେ ରାଗ ଆସେ ବୋଲି ଜଣାପଡ଼ିଛି।

publive-image punjabkesari.in

ଆମେରିକାର ଯୁନିଭର୍ସିଟି ଅଫ୍‌ ନର୍ଥ କେରୋଲାଇନର ଜଣେ ଡ଼ାକ୍ତରୀ ଛାତ୍ର ଜେନିଫର ମେକୋମାର୍କ ଭୋକରେ ରାଗ ଲାଗିବାର କାରଣ ଉପରେ ଅନୁସନ୍ଧାନ କରିଥିଲେ । ପ୍ରାୟ ୪୦୦ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡ଼ିଥିଲା କି ଭୋକ ଲାଗିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ପରିମାଣ କମ ହୋଇଥାଏ, ଯାହା ଫଳରେ ଶରୀର ଦୁର୍ବଳ ହେବା ସହ ମାନସିକ ଚାପ ବୃଦ୍ଧି ହୋଇଥାଏ । ଏଣୁ ଭୋକ ଲାଗିବା ସମୟରେ ଦୁନିଆକୁ ନେଇ ମନରେ ବିଭିନ୍ନ ପ୍ରକାରର ଭାବନା ସୃଷ୍ଟି ହେବା ସହ ରାଗ ଜାତ ହୋଇଥାଏ ।

publive-image NaturalON

ଏହା ଛଡ଼ା ଶବ୍ଦକୋଷରେ ମଧ୍ୟ ହଙ୍ଗ୍ରି ଶବ୍ଦକୁ ଗ୍ରହଣ କରାଯାଇଛି। ଯାହା ଦ୍ୱାରା ଭୋକ ଦ୍ୱାରା ରାଗ ସୃଷ୍ଟି ଏକ ସାଧାରଣ କଥା ଜଣାପଡ଼ିଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତି ଭୋକ ବିଲକୁଲ ସହ୍ୟ କରିପାରନ୍ତି ନାହିଁ ତାଙ୍କ ନିକଟରେ ଅଧିକ ପରିମାଣର ରାଗ ଦେଖାଯାଇଥାଏ। ଅର୍ଥାତ ଭୋକକୁ ନେଇ ଅଧିକ ସ୍ପର୍ଶକାତର ଥିବା ବ୍ୟକ୍ତିଙ୍କ ନିକଟରେ ଏଭଳି ଅସୁବିଧା ପରିଲକ୍ଷିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe