ଚନ୍ଦ୍ରରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ କରିବ ଭୋଡାଫୋନ୍‌

ଚନ୍ଦ୍ରରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ କରିବ ଭୋଡାଫୋନ୍‌

Image Courtesy of Deccan Chronicle

ପ୍ରଥମ ଘରୋଇ ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ଆୟୋଜିତ ଚନ୍ଦ୍ର ଅଭିଯାନରେ ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ଚନ୍ଦ୍ରରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ ସ୍ଥାପିତ ହେବାକୁ ଯାଉଛି।

ଭୋଡାଫୋନ୍‌ ଜର୍ମାନି, ନେଟଓ୍ଵାର୍କ ଉପକରଣ ନିର୍ମାତା ନୋକିଆ ଏବଂ କାର୍‌ ନିର୍ମାତା ଅଡି ମଙ୍ଗଳବାର ଦିନ କହିଛନ୍ତି ଯେ ସେମାନେ ଏହି ଚନ୍ଦ୍ର ଅଭିଯାନ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଭୋଡା ଫୋନ୍‌ କହିଛି ଯେ ମହାଶୂନ୍ୟ-ଶ୍ରେଣୀୟ ନେଟ୍‌ଓ୍ଵାର୍କ ତିଆରି କରିବା ପାଇଁ ଟେକ୍ନୋଲଜି ପାର୍ଟନର୍‌ ନୋକିଆକୁ କୁହାଯାଇଛି।
ଏହି ହାର୍ଡେଓ୍ଵର୍‌ର ଓଜନ ବସ୍ତାଏ ଚିନି ଠାରୁ ମଧ୍ୟ କମ୍‌ ହେବ।

ବର୍ଲିନ୍‌ର ପିଟି ସାଇଣ୍ଟିଷ୍ଟ୍‍ସ୍‌ କମ୍ପାନି ସହ ଏହି କମ୍ପାନିମାନେ ଅଭିଯାନ ପାଇଁ କାମ କରୁଛନ୍ତି। ଏହାକୁ ୨୦୧୯ରେ କେପ୍‌ କାର୍ଣ୍ଣିଭାଲ୍‌ ଠାରୁ ଏକ ସ୍ପେସ୍‌ଏକ୍ସ୍‍ ଫାଲ୍‌କନ୍‌ ନାଇନ୍‌ ରକେର୍ଟରେ ଉତ୍‌କ୍ଷେପଣ କରାଯିବ ବୋଲି ଭୋଡାଫୋନ୍‌ କହିଛି।

ମୋବାଇଲ୍‌ ନେଟ୍‌ଓ୍ଵାର୍କ ଭିତ୍ତିଭୂମିରେ ଘଟୁଥିବା ବିକାଶର ପ୍ରତି ଏ ପ୍ରୋଜେକ୍ଟ୍‌ ଏକ ଅଭିନବ ପରିବର୍ତ୍ତନ ବୋଲି ଭୋଡାଫୋନ୍‌ ଜର୍ମାନିର ଏକ୍‌ଜିକ୍ୟୁଟିଭ୍‌ ହାନ୍‌ସ୍‌ ଆମେଷ୍ଟେରିଟର୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe