ସହିଦ୍‌ଙ୍କ ପରିବାରକୁ ଦାନ କରିବା ପାଇଁ ଏହି ଯୁବକ ୬ଦିନରେ ଏଭଳି ଭାବେ ଜମା କଲେ ୬କୋଟି ଟଙ୍କା

Advertisment
ସହିଦ୍‌ଙ୍କ ପରିବାରକୁ ଦାନ କରିବା ପାଇଁ ଏହି ଯୁବକ ୬ଦିନରେ ଏଭଳି ଭାବେ ଜମା କଲେ ୬କୋଟି ଟଙ୍କା

ପୁଲଓ୍ଵାମା: ଜମ୍ମୁ ଏବଂ କଶ୍ମୀର ପୁଲଓ୍ଵାମାରେ ଫେବ୍ରୁଆରି ୧୪ରେ ସିଆରପିଏଫ ବସ୍‌ ଉପରେ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏଥିରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ମେଜର ଚତ୍ରେଶ ସିଂହ ନିୟନ୍ତ୍ରଣ ରେଖା ନିକଟରେ ବୋମାକୁ ନିଷ୍କ୍ରିୟ କରୁଥିବା ସମୟରେ ସହିଦ ହୋଇଯାଇଥିଲେ। ସେହିପରି ଫେବ୍ରୁଆରି ୧୮ରେ ମେଜର ବିଭୂତି ଶଙ୍କର ସମେତ ଅନ୍ୟ ଚାରିଜଣ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ସମୟରେ ସହିଦ ହୋଇଥିଲେ। ଏହି ଗୁଳିବିନିମୟରେ ପୁଲଓ୍ଵାମା ଆକ୍ରମଣର ମାଷ୍ଟରମାଇଣ୍ଡ ବି ନିହତ ହୋଇଥିବା ସୂଚନା ମିଳିଥିଲା। ଏହି ଘଟଣା ପରେ ଲୋକମାନେ ସହିଦ୍‌ଙ୍କ ପରିବାରକୁ ସାହାଯ୍ୟ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ। ଏହି କ୍ରମରେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଦଭବ ୨୬ବର୍ଷୀୟ ବିବେକ ପେଟେଲ ସହିଦ୍‌ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ସେ ୬ଦିନରେ ୬କୋଟି ଟଙ୍କା ଏକାଠି କରିଛନ୍ତି।

publive-image

ବିବେକ ଏହି ଫଣ୍ଡ ଏକାଠି କରିବା ପାଇଁ ଫେସ୍‌ବୁକ୍‌ରେ ଏକ ପେଜ ବନାଇଥିଲେ। ବିବେକ ଫେବ୍ରୁଆରି ୧୫ ଫେସ୍‌ବୁକ୍‌ରେ ପେଜ ଏଥିପାଇଁ ବନାଇଥିଲେ, କାରଣ ସେ ୟୁଏସ୍‌ରୁ କ୍ରେଡିଟ୍‌ ଓ ଡେବିଟ କାର୍ଡରେ ଡୋନେଟ୍‌ କରି ପାରୁ ନଥିଲେ। ସିଆରପିଏଫ୍‌ରେ ଟଙ୍କା ଡୋନେଟ୍‌ କରିବାର ଟାଗେର୍ଟ ୫ଲକ୍ଷ ଡାଲର (୩.୫ କୋଟି ଟଙ୍କା) ରଖିଥିଲେ। କିନ୍ତୁ ତାଙ୍କର ଏହି ପେଜ ଆଧାରରେ ୬ଦିନରେ ୨୨ହଜାର ଲୋକେ ଯୋଡ଼ିହୋଇଥିଲେ। ଏବଂ ୮୫୦,୦୦୦ ଡଲାର ଦାନ କରିଥିଲେ।

publive-image

ଲୋକମାନେ ବିବେକଙ୍କ ଏହି କାମକୁ ବହୁ ପ୍ରଶଂସା କରିଛନ୍ତି। ଅନେକ ଦେଶରୁ ତାଙ୍କ ପାଖକୁ କଲ ଆସିଥିଲା। ଲୋକାଲ ରେଡିଓ ଷ୍ଟେସନ୍‌ ବି ତାଙ୍କର ଏହି ପାଣ୍ଠିକୁ ସାହାଯ୍ୟ କରିଛି। ସେ ଏଯାବତ୍‌ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଅପେକ୍ଷା କରିଛନ୍ତି। ସେ ଚାହାନ୍ତି ଭାରତ ସରକାର କୌଣସି ଦାୟିତ୍ୱବାନ ବ୍ୟକ୍ତି ଏହି ଟଙ୍କା ନେଇ ସହିଦଙ୍କ ପରିବାରଙ୍କ ପାଖରେ ପହଞ୍ଚାଉ।

nri-has-raised-over-rs-5-crore-for-pulwama-martyrs

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe