ନର୍ସ ରୋଗୀଙ୍କୁ ଠିକ କରିବା ପାଇଁ ଆପଣାଇଲେ ଏଭଳି ଉପାୟ, ଲୋକେ କଲେ ପ୍ରଶଂସା

Advertisment
ନର୍ସ ରୋଗୀଙ୍କୁ ଠିକ କରିବା ପାଇଁ ଆପଣାଇଲେ ଏଭଳି ଉପାୟ, ଲୋକେ କଲେ ପ୍ରଶଂସା

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଭଗବାନଙ୍କର ଅନ୍ୟ ଏକ ରୂପ ବୋଲି କୁହାଯାଇଥାଏ। ଯେତେବେଳେ ବି କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ପରିବାରଲୋକ ଚିକିତ୍ସା ପାଇଁ ନେଇ ଯାଇଥାଆନ୍ତି।

ଡାକ୍ତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ମାତ୍ରେ ଚିକିତ୍ସା ଆରମ୍ଭ କରିଥାଆନ୍ତି କିନ୍ତୁ ୱାର୍ଡରେ ଉପସ୍ଥିତ ଥିବା ନର୍ସମାନେ ସେମାନଙ୍କର ଅଧିକ ଯତ୍ନ ନେଇଥାଆନ୍ତି। ଯେତେବେଳେ ରୋଗୀ ଠିକ ହୋଇ ଯାଇଥାଆନ୍ତି ସେମାନେ ଡାକ୍ତରମାନଙ୍କୁ ତ ଧନ୍ୟବାଦ କହିଥାଆନ୍ତି କିନ୍ତୁ ନର୍ସଙ୍କୁ ଧନ୍ୟବାଦ କହିବାକୁ ଭୁଲି ଯାଇଥାଆନ୍ତି।

ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଜଣେ ନର୍ସ ଖୁବ ଚତୁରତା ସହ ନୃତ୍ୟ କରି ଜଣେ ପକ୍ଷଘାତରେ ଆକ୍ରାନ୍ତ ରୋଗୀଙ୍କ ମନରେ ଉତ୍ସାହ ଭରି ଫିଜିଓଥେରାପି ଅଭ୍ୟାସ କରାଉଛନ୍ତି। ‌ରୋଗୀ ଜଣକ ବି ନର୍ସଙ୍କ କଥା ମାନି ସେ ଯେପରି କହୁଛନ୍ତି ସେପରି କରୁଛନ୍ତି।

ଯେତେବେଳେ ରୋଗୀମାନେ ସୁସ୍ଥ ହୁଅନ୍ତି, ସେମାନେ ସମସ୍ତେ ଡାକ୍ତରଙ୍କୁ ଧନ୍ୟବାଦ ଦିଅନ୍ତି। କିନ୍ତୁ ନର୍ସ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ଯାଇଥାଆନ୍ତି। ଏହି ଟୁଇଟ୍ ଭିଡିଓକୁ ୨୩ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe