ଜାପାନରେ ପୁଣି ଥରେ ଦେଖିବାକୁ ମିଳିଲା ଓରଫିସ୍‌, ଭୂକମ୍ପ ଆଶଙ୍କା ନେଇ ଲୋକେ ଭୟଭୀତ !

ଜାପାନରେ ପୁଣି ଥରେ ଦେଖିବାକୁ ମିଳିଲା ଓରଫିସ୍‌, ଭୂକମ୍ପ ଆଶଙ୍କା ନେଇ ଲୋକେ ଭୟଭୀତ !

ଜାପାନ୍‌: ଜାପାନରେ ପୁଣି ଥରେ ଓରଫିସ୍‌ ଦେଖିବାକୁ ମିଳିଛି। ଏହି ମାଛ ଦେଖିବା ପରେ ଲୋକମାନଙ୍କ ମନରେ ଭୟରେ ବାତାବରଣ ଖେଳି ଯାଇଛି। ଫୁକୁସିମା ଭୂମିକମ୍ପ ମନେ ପଡ଼ି ଯାଇଛି। ଚଳିତ ଥର ଦୁଇଟି ଦୁଲର୍ଭ ପ୍ରଜାତିର ଓରଫିସ୍‌ ଓକିନାଓ୍ଵା ଦ୍ୱୀପରୁ ଉଦ୍ଧାର ହୋଇଛି। ମାଛ ଧରିବାକୁ ଦ୍ୱୀପକୁ ଯାଇଥିବା ମାଛଧରାଳୀଙ୍କ ଜାଲରେ ୪ମିଟର ଲମ୍ବର ଦୁଇଟି ମାଛ ଫସି ଯାଇଥିଲା। ଓକିନାଓ୍ଵା ଚୁରୁସି ଏକ୍ୟୁରିୟମ ନେବା ପୂର୍ବରୁ ଦୁଇଟି ମାଛର ମୃତ୍ୟୁ ହୋଇଯାଇଥିଲା।

ଜାପାନ ଖବର କାଗଜ ମୁତାବକ, ଏହି ମାଛ ଦୁଇଟି ଜାଲରେ ଫସିବା ପରେ ମାଛ ଧରାଳୀ ଭୟଭୀତ ହୋଇ ଯାଇଥିଲେ। ଜାଲରେ ପଡ଼ିଥିବା ଦୁଇଟି ମାଛ ମଧ୍ୟରୁ ଗୋଟିଏ ମାଛର ଲମ୍ବ ୪ମିଟର ଥିବା ବେଳେ ଅନ୍ୟଟିର ଲମ୍ବ ୩.୬ ମିଟର ରହିଥିଲା।

ସୂଚନାଯୋଗ୍ୟ, ଅଟଲାଣ୍ଟିକ୍‌, ଭାରତ ଓ ଫେସେଫିକ୍‌ ଓସିଏନ୍‌ରେ ଦେଖିବାକୁ ମିଳୁଥିବା ଓରଫିସ୍‌ ଦୁଲର୍ଭ ପ୍ରଜାତିର ମାଛ ଅଟେ। ଏମିତି ବିଶ୍ୱାସ ରହିଛି କି , ଏହି ମାଛ ପାଣିରୁ ବାହାରକୁ ଆସିଲେ ଭୂମ୍ପର ସଙ୍କେତ ଦେଇଥାଏ। ୨୦୧୧ରେ ଆସିଥିବା ଫୁକୁସିମା ଭୂକମ୍ପର କିଛି ସମୟ ପୂର୍ବରୁ ଦର୍ଜନରୁ ଅଧିକ ଓରଫିସ୍‌ ସମୁଦ୍ର କୂଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ଭୂକମ୍ପରେ ଜାପାନର ପାଖାପାଖି ୨୦ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ପ୍ରାରମ୍ଭରେ ବି ଜାପାନ ସମୁଦ୍ର କୂଳରେ ଓରଫିସ୍‌ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋମାନେ ଭୟଭୀତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe