ନୂଆଦିଲ୍ଲୀ: ଜଣେ ବିଦେଶୀ ନାଗରିକ ଭାରତୀୟ ନାଗରିକଙ୍କ ସହିତ ଏକ ଫଟୋ ପୋଷ୍ଟ କରି କିଛି କ୍ୟାପସନ ଲେଖିଥିଲେ। ତେବେ ସେ ଏହି କ୍ୟାପସନରେ ଯାହା ଲେଖିଥିଲେ ସୋସିଆଲ ମିଡିଆରେ ତାହା ଭାଇରାଲ ହୋଇଯାଇଛି।
ଉକ୍ତ ବିଦେଶୀ ବ୍ୟକ୍ତିଙ୍କ ନାମ ଅଗାବା ବୋଲି ଜଣାପଡ଼ିଛି। ଉଗାଣ୍ଡାରେ ଅଗାବା ବସବାସ କରୁଥିବା ଅନୁମାନ କରାଯାଉଛି। କାରଣ ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଉଗାଣ୍ଡାର ପତକା ଲଗାଇଛନ୍ତି।
ଅଗାବା ଏହି ପୋଷ୍ଟ ନିକଟରେ ସେୟାର କରିଛନ୍ତି। ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉଗାଣ୍ଡାରେ ସୋଲର ଶକ୍ତିରେ ଚାଲୁଥିବା ୱାଟର ସପ୍ଲାଏ ସିଷ୍ଟମର ଭର୍ଚୁଆଲି ଆରମ୍ଭ କରିଥିଲେ। ମନ୍ତ୍ରୀ ଏହାର ଭିଡିଓ ତାଙ୍କ ଟୁଇଟରରେ ସେୟାର କରିଥିଲେ। ଏହି ଭିଡିଓରେ ଉଗାଣ୍ଡାର ଏହି ଯୁବକ ଭାରତୀୟ ଯୁବକଙ୍କ ସହିତ ଏକ ଫଟୋ ସେୟାର କରିଥିଲେ।
ଏଥିରେ ଅଗାବା ସହିତ ଜଣେ ଭାରତୀୟ ଯୁବକ ବସିଥିବା ଦେଖିବାକୁ ମିଳୁଛି। ଏଥିରେ ଅଗାବା କ୍ୟାପସନ ଦେଇ ଲେଖିଛନ୍ତି, ‘ମୁଁ ଏହି ଭାରତୀୟ ଯୁବକଙ୍କ ସହିତ ତିନିମାସ କାମ କରିଛି। ସେ ମେତେ ଶିଖାଛନ୍ତି ତମ୍ବାଖୁକୁ କେମିତି ଚୁନ ଦେଇ ଖିଆଯାଇଥାଏ। ଏହି ଯୁବକ ମୋ ପାଇଁ ଭାଇ ଭଳି ରହିଥିଲା। ’
Follow Us