ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସୁସ୍ଥ ସଂଖ୍ୟା ବି ଭଲ ରହିଛି। ଲକଡାଉନ ପରେ ଲୋକମାନେ ଘରୁ ବାହାରି କାମକୁ ଫେରିଛନ୍ତି। ବାହାରକୁ ବାହାରିବା ସହିତ ଲୋକମାନେ ସାବଧାନତା ଅବଲମ୍ବନ କରୁଛନ୍ତି। ଲକଡାଉନ୍ ସମୟରେ ଅନେକ ବିବାହକୁ ସ୍ଥଗିତ ରଖାଯାଇଥିଲା। ଲକଡାଉନ୍ ପରେ ଏବେ ପୁଣି ବାହାଘର ଅନୁଷ୍ଠିତ ହେଉଛି। ହେଲେ କରୋନା ସଂକ୍ରମଣକୁ ନେଇ ପୂରା ସତର୍କତା ପାଳନ କରାଯାଉଛି। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କନ୍ୟାଙ୍କ ହଳଦୀ ପରମ୍ପରା ଚାଲିଥିବା ଦେଖିବାକୁ ମିଳିଛି।
ଭିଡିଓରେ ବିବାହ ହେବାକୁ ଥିବା କନ୍ୟାଙ୍କୁ ହଳଦୀ ଲଗାଇବା ପରମ୍ପରା ଚାଲିଥିବା ଦେଖିବାକୁ ମିଳିଛି। ହେଲେ ସବୁଠାରୁ ମଜାଦାର ଦୃଶ୍ୟ ହେଉଛି, କନ୍ୟାଙ୍କୁ ପେଣ୍ଟ ରୋଲର୍ ବ୍ରସ ଜରିଆରେ ହଳଦୀ ଲଗାଯାଉଛି। ଜଣେ ମହିଳା ରୋଲର୍ ବ୍ରସକୁ ହଳଦୀ ବଟାରେ ବୁଡ଼ାଇ ଦୂରତ୍ୱ ବଜାୟ ରଖି କନ୍ୟାଙ୍କୁ ହଳଦୀ ଲଗାଇ ଦେଉଛନ୍ତି।
ଏହି ଭିଡଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଦାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଯଦି ହଳଦୀ ପେଣ୍ଟ ରୋଲର୍ ବ୍ରସରେ ଲଗା ଯାଉଛି ତେବେ ମଙ୍ଗଳସୂତ୍ର ପିନ୍ଧିବା ପାଇଁ ଡ୍ରୋନର ବ୍ୟବହାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/09/Untitled-1-copy-28.jpg)