ସର୍ଭିସେସ୍‌ ପାଇଁ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ତପନ

ସର୍ଭିସେସ୍‌ ପକ୍ଷରୁ ଖେଳୁଥିବା ଓଡ଼ିଆ ପୁଅ ତପନ ମହାନ୍ତି ସ୍ବର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନୌସେନାରେ ଚାକିରି କରୁଥିବା ଏହି ଓଡ଼ିଆ ଜିମ୍ନାଷ୍ଟ ନିଜ ନିଯୁକ୍ତିଦାତା ଦଳ ପକ୍ଷରୁ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି।

ffsfsxc

ସର୍ଭିସେସ୍‌ ପକ୍ଷରୁ ଖେଳୁଥିବା ଓଡ଼ିଆ ପୁଅ ତପନ ମହାନ୍ତି ସ୍ବର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନୌସେନାରେ ଚାକିରି କରୁଥିବା ଏହି ଓଡ଼ିଆ ଜିମ୍ନାଷ୍ଟ ନିଜ ନିଯୁକ୍ତିଦାତା ଦଳ ପକ୍ଷରୁ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ସେଠାରେ ତପନ ନିଜର କମାଲ ଦେଖାଇ ଅଲ୍‌ରାଉଣ୍ଡ୍‌ରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି।

ଫ୍ଲୋର୍‌ ଏକ୍ସରସାଇଜ୍‌ରେ ୧୧.୮୬୭, ପୋମେଲ ହର୍ସରେ ୧୦.୮୦୦, ରିଙ୍ଗ୍ସରେ ୧୨.୬୦୦, ଟେବଲ ଭଲ୍ଟରେ ୧୧.୯୬୭, ପାରାଲେଲ ବାର୍‌ସ୍‌ରେ ୧୨.୭୦୦ ଓ ହରାଇଜେଣ୍ଟାଲ ବାର୍ସରେ ୧୧.୯୩୩ ସହ ମୋଟ ଅଲ୍‌ରାଉଣ୍ଡରେ ୭୧.୮୬୭ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ତପନ। ସେ ବୁଧବାର ଆଉ ୪ଟି ବର୍ଗ ଫ୍ଲୋର୍‌ ଏକ୍ସରସାଇଜ୍‌, ରିଙ୍ଗ୍‌, ପାରାଲେଲ ବାର୍‌ସ୍‌ ଓ ହରାଇଜେଣ୍ଟାଲ ବାର୍‌ସ୍‌ର ଫାଇନାଲ୍‌ରେ ପ୍ରତିଦ୍ବଦ୍ବିତା କରିବେ। ଏଥି‌ରୁ ଏକାଧିକ ପଦକ ଆଶା ରଖିଛନ୍ତି ବୋଲି କହିଛନ୍ତି ତପନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe