ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ: ଆନନ୍ଦ କୁମାର

Advertisment
ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ: ଆନନ୍ଦ କୁମାର

ସୁପର ୩୦ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗଣିତଜ୍ଞ ଆନନ୍ଦ କୁମାର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଫଳତାର ୪ ସୂତ୍ରୀ ନିୟମ ବତାଇଥିଲେ। କହିଥିଲେ, ପ୍ରଥମେ କୌଣସି କ୍ଷେତ୍ରରେ ସଫଳତା ପାଇଁ ନିଜ ଭିତରେ ‘ପ୍ରବଳ ଶୋଷ’ ସୃଷ୍ଟି କର। ଦ୍ୱିତୀୟତଃ ‘ସକରାତ୍ମକ ଚିନ୍ତାଧାରା’ ଛାଡ଼ ନାହିଁ। ସବୁବେଳେ କୁହ ମୁଁ ନିଶ୍ଚୟ ପାରିବି। ତୃତୀୟତଃ ‘ଅଖଣ୍ଡ ପ୍ରୟାସ’ କର। ଦିନରାତି ପରିଶ୍ରମ କର। କାରଣ ପରିଶ୍ରମର ଅନ୍ୟ ବିକଳ୍ପ ନାହିଁ। ଚତୁର୍ଥରେ କେବେ ଭାଙ୍ଗି ନ ପଡ଼ି ମନରେ ‘ଅସୀମ ଧୈର୍ଯ୍ୟ’ ରଖ ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତିକୂଳ ପରିସ୍ଥିତିରୁ ଆସି ସୁପର ୩୦ ଜରିଆରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଅନେକ ପିଲାଙ୍କ ଉଦାହରଣ ଦେଇଥିଲେ। ଏ ପର୍ଯ୍ୟନ୍ତ ଏଠାରେ ପଢ଼ିଥିବା ୪୮୦ ପିଲାଙ୍କ ମଧ୍ୟରୁ ଏଯାବତ ୪୨୨ ଜଣ ଆଇଆଇଟି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦେଇଥିଲେ। ‘ରିକି ଓ ଭୋଲୁ’ ଚରିତ୍ରର ଚିତ୍ରାୟନ ପୂର୍ବକ ସେ କିଭଳି ସୁପର ୩୦ର ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରନ୍ତି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏକଥା ବି କହିଲେ, ସଂଶାଧନ ନ ଥିଲେ ବି ଇଚ୍ଛାଶକ୍ତି ଓ କଠିନ ଉଦ୍ୟମ ବଳରେ ଜଣେ ସଫଳ ହୋଇପାରିବ। କୌଣସି ବିଷୟ ପଢ଼ିବା ବେଳେ ‘କିପରି’ ଓ ‘କାହିଁକି’କୁ ଗୁରୁତ୍ୱ ଦିଅ। ଯଦି କୌଣସି ବ୍ୟବସାୟିକ କ୍ଷେତ୍ର ପାଇଁ ପ୍ରସ୍ତୁତ ହେଉଛ ସେ କ୍ଷେତ୍ରରେ ପ୍ରଥମେ ଯଥେଷ୍ଟ ଅଭିଜ୍ଞତା ହାସଲ କର ବୋଲି ସେ କହିଥିଲେ। ଫ୍ଲୋରା ସ୍ୱାଇଁ ଏହି ଅଧିବେଶନକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe