ଓଡିଶା ଚଲାଇବ ସୌଖୀନ ଟ୍ରେନ !

Advertisment
ଓଡିଶା ଚଲାଇବ ସୌଖୀନ ଟ୍ରେନ !

ରାଜ୍ୟର ବିକାଶ ପାଇଁ ସରକାରଙ୍କର ଏକ ବଡ ପଦକ୍ଷେପ। ଓଡିଶା ଚଲାଇବ ସୌଖୀନ ଟ୍ରେନ୍‌। ଏହି ଟ୍ରେନ ମାଧ୍ୟମରେ ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବେ ଓଡିଶା ସରକାର। ଆଉ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ ସୂଚନା ରହିଛି।

ଓଡିଶା ଚଲାଇବ ସୌଖୀନ୍‌ ଟ୍ରେନ୍‌, ଏକମାତ୍ର ରାଜ୍ୟଭାବେ କରିଛି ଆବେଦନ। ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦେକ୍ଷପ। ଓଡିଶା ସରକାର ଖୁବ୍‌ ଶୀଘ୍ର ଚଲାଇବେ ନିଜସ୍ୱ ସୌଖୀନ ଟ୍ରେନ୍‌। ମହାରାଜା ଏକ୍ସପ୍ରେସ୍‌, ପ୍ୟାଲେସ୍‌ ଅନ୍‌ ହ୍ଵିଲ୍‌ସ ଭଳି ଏକ ସୌଖୀନ ଟ୍ରେନରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପ୍ରୋତ୍ସାହିତ କରିବେ ଓଡିଶା ସରକାର। ଏ ଦିଗରେ ପଦକ୍ଷେପ ନେଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ଫଳରେ ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟସହ ଓଡିଶାର ନାଁ ମଧ୍ୟ ସାମିଲ ହେବ। ଓଡିଶାର ପ୍ରସ୍ତାବିତ ସୌଖୀନ ଟ୍ରେନରେ ପୁରୀ, ଭୁବନେଶ୍ୱର, କଟକ ଓ କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳକୁ ପ୍ରଦର୍ଶନ କରାଯିବ।

publive-image

ରେଳ ମନ୍ତ୍ରାଳୟ ଚଳିତ ବର୍ଷ ଫେବ୍ରୁଆରୀରେ ୧୫ଟି ରାଜ୍ୟ ନିକଟରୁ ନିଜସ୍ୱ ସୌଖୀନ ଟ୍ରେନ୍‌ ଚଳାଚଳ ପାଇଁ ଆବେଦନ ଆହ୍ଵାନ କରିଥିଲା। ତେବେ ଏକମାତ୍ର ରାଜ୍ୟଭାବେ ଓଡିଶା ଏଥିପ୍ରତି ଆଗ୍ରହ ଦେଖାଇଥିବା ବେଳେ ଓଟିଡିସି ଏହି ଟ୍ରେନ୍‌ ଚଲାଇବା ନେଇ ଆବେଦନ କରିଛି। ଓଡିଶାର ପ୍ରସ୍ତାବିତ ଐତିହ ଟ୍ରେନ୍‌ ପାଇଁ ରେଳବାଇ ଶସ୍ତାରେ କୋଚ୍‌ ଯୋଗାଇଦେବ ଏବଂ କୋଚର ଆଭ୍ୟନ୍ତରୀଣ ଡିଜାଇନ୍‌, ଆତିଥ୍ୟସେବା ସହ କେଉଁ ରୁଟରେ ଏହା ଚଳାଚଳ କରିବ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ।

ପୂର୍ବରୁ ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ୟାଲେସ୍‌ ଅନ୍‌ ହ୍ଵିଲସ୍‌ ଓ ହେରିଟେଜ୍‌ ପ୍ୟାଲେସ୍‌ ଅନ୍‌ ହ୍ଵିଲସ୍‌, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଡେକାନ୍‌ ଓଡେଶୀ, କର୍ଣ୍ଣାଟକରେ ଗୋଲେ୍‌ଡନ୍‌ ଚାରିଅଟ୍‌ ଚାଲୁଥିବା ବେଳେ ଓଡିଶାର ପ୍ରସ୍ତାବିତ ଏହି ସୌଖୀନ ଟ୍ରେନର ନାଁ ଏବେ ଯାଏଁ ସ୍ଥିର ହୋଇନି। ଅନ୍ୟପକ୍ଷରେ ଏହି ସୌଖୀନ ଟ୍ରେନ୍‌ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯୋଡିବା ଦ୍ୱାରା ଏହି ସବୁ ସ୍ଥାନରେ ଦେଶର ବିଭିନ୍ନ୍‌ ଭାଗର ପର୍ଯ୍ୟଟକଙ୍କ ଭିଡ ବଢିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ବୋଲି ଅନୁମାନ କରାଯାଉଛି । ଯାହାଫଳରେ ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ବିଶ୍ୱ ଦରବାରରେ ଅଧିକରୁ ଅଧିକ ଆଦୃତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe