ଅଫିସ୍‌ ବୟରୁ ଷ୍ଟାର୍ଟଅପ୍‌ ନିର୍ମାତା! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

ଅଫିସ୍‌ ବୟରୁ ଷ୍ଟାର୍ଟଅପ୍‌ ନିର୍ମାତା! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

www.thebetterindia.com

ମୁମ୍ବାଇ: ଇଚ୍ଛା ଶକ୍ତି ଥିଲେ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ। ଏପରି ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ବିଡ୍‌ ସହରର ୨୯ ବର୍ଷିଅ ଯୁବକ ଦାଦାସାହେବ ଭାଗବତ। ସେ ସାମାନ୍ୟ ଜଣେ ଅଫିସ୍‌ ବୟରୁ ଯେପରି ଭାବେ ଏକ ଷ୍ଟାର୍ଟଅପ୍‌ର ନିର୍ମାତା ସାଜି ପାରିଛନ୍ତି ତାହା ନିଶ୍ଚିତ ଭାବେ ଏକ ଉଦାହରଣ ଯୋଗ୍ୟ କଥା। କଥାରେ ଅଛି ପ୍ରତ୍ୟେକ ଅପ୍ରୀତିକର ପରିସ୍ଥିତିରୁ କିଛି ନା କିଛି ନୂଆ ଭାବନା ସୃଷ୍ଟି ହୋଇଥାଏ। ଏପରି କଥାଟିଏ ଦାଦାସାହବଙ୍କ ସହ ଘଟିଥିବା ଦେଖିବାକୁ ମିଳିଛି। ଏହି ଯୁବକ ଜଣକ ଅଫିସ୍‌ ବୟ ଭାବେ ଦୀର୍ଘ ବର୍ଷ ଧରି କାମ କରିବା ପରେ ନିକଟରେ ନିଜର ଏକ କମ୍ପାନି କରି ଚର୍ଚ୍ଚା ପାଲଟିଛନ୍ତି।

ଏକ ପାରମ୍ପାରିକ କୃଷି ପରିବାରରୁ ଆସି ଦାଦାସାହେବ ଅନେକ ବର୍ଷ ହେବ ଇନଫୋସିସରେ ଅଫିସ୍ ବୟ ଭାବରେ କାମ କରୁଥିଲେ। ଦାଦାସାହେବ କହନ୍ତି, ‘ମୁଁ ପ୍ରାୟ ୧୦ ବର୍ଷ ପୂର୍ବେ ଇନଫୋସିସରେ କାମ କରିବା ଆରମ୍ଭ କରିଥିଲି। ଆନିମେସନ୍ ଏବଂ ଗ୍ରାଫିକ୍ ଡିଜାଇନ୍ ସଫ୍ଟୱେୟାର୍‌ ମୋତେ ଆକୃଷ୍ଟ କଲା, ତେଣୁ କିଛି ଟଙ୍କା ସଞ୍ଚୟ କରିବା ପରେ ମୁଁ ଏହି କ୍ଷେତ୍ରରେ ଏକ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ଯୋଗ ଦେଲି। ଦୁଇଟି ପାଠ୍ୟକ୍ରମ ସମାପ୍ତ କରିବାର ଏକ ବର୍ଷ ମଧ୍ୟରେ ମୋ‌ତେ ଏକ ଚାକିରି ମିଳିଗଲା। କିଛି ବର୍ଷ କାମ କରିବା ପରେ ମୁଁ ପୁଣେରେ ନବମ ମୋସନ୍ ନାମକ ଏକ ଛୋଟ ଦଳ ସହିତ ମୋସନ୍ ଗ୍ରାଫିକ୍ସ, ବ୍ରାଣ୍ଡିଂ ଏବଂ ବିଜ୍ଞାପନରେ ମୋ କମ୍ପାନି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲି। ସେତେବେଳେ ଆମର ସର୍ବାଧିକ ୬୦ ହଜାର ଗ୍ରାହକ ଥିଲେ। ମାତ୍ର ଏବେ କୋଭିଡ-୧୯ ପାଇଁ ଏଥିରେ ବାଧା ଉପୁଜିଛି।’

publive-image www.thebetterindia.com

ଏପ୍ରିଲ୍ ମାସରେ, ଦାଦାସାହେବ ଏକ ସଫ୍ଟୱେୟାର କମ୍ପାନି କରିବାକୁ ସ୍ଥିର କଲେ। ଯାହା ଉପଭୋକ୍ତାଙ୍କୁ କାନଭା ଭଳି ଏକ ଅନଲାଇନ୍ ଗ୍ରାଫିକ୍ ଡିଜାଇନିଂ ପ୍ଲାଟଫର୍ମ ଯୋଗାଇ ଦେଇଛି। ଏଥିରେ ଡୋଗ୍ରାଫିକ୍ସ ନାମକ ସଫ୍ଟୱେୟାର ବ୍ୟବହାରକାରୀଙ୍କୁ ନିଜର ସୃଜନଶୀଳତା ଦେଖାଇବାକୁ ସୁଯୋଗ ଦେଉଛି। ଯେହେତୁ ପୂର୍ବରୁ ଭାରତ ନିର୍ମିତ ସେପରି କୌଣସି ଭଲ ଗ୍ରାଫିକ୍ସ ସଫ୍ଟୱେୟାର ନଥିଲା। ତେଣୁ ସେ ଏହି ଗ୍ରାଫିକ୍ସ ସଫ୍ଟୱେୟାର ତିଆରି କରିବାକୁ ଚିନ୍ତା କରିଥିଲେ। ସବୁଠାରୁ ପ୍ରେରଣାଦାୟକ କଥା ହେଉଛି ‌ଏହି କମ୍ପାନି କୌଣସି ଚାକଚକ୍ୟ ବିଲ୍ଡିଂରେ ନୁହେଁ ବରଂ ପାଲ ପକା ଏକ ସାଧାରଣ ଘରେ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe