ଟ୍ରେନ ଭିତରେ ବୃଦ୍ଧ ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଲେ ଟିଟିଇ

Advertisment

ଅମୃତସରରୁ ହାଜିପୁର ଯାଉଥିବା ଆମ୍ରପାଲି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମୟର ବୃଦ୍ଧ ଯାତ୍ରୀ ହେଲେ ହୃଦଘାତର ଶିକାର। ଟିଟିଇ ସିପିଆର ଦେଇ ବଞ୍ଚାଇ ଦେଲେ ଜୀବନ। ଘଟଣାର ଭିଡିଓ ଭାଇରାଲ।

ଅମୃତସରରୁ ହାଜିପୁର ଯାଉଥିବା ଆମ୍ରପାଲି ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ସମୟର ବୃଦ୍ଧ ଯାତ୍ରୀ ହେଲେ ହୃଦଘାତର ଶିକାର। ଟିଟିଇ ସିପିଆର ଦେଇ ବଞ୍ଚାଇ ଦେଲେ ଜୀବନ। ଘଟଣାର ଭିଡିଓ ଭାଇରାଲ।

ନସଦ

ନୂଆଦିଲ୍ଲୀ: ଅମୃତସରରୁ ହାଜିପୁର ଯାଉଥିବା ଆମ୍ରପାଲି ଏକ୍ସପ୍ରେସ ଟ୍ରେନ ସଂଖ୍ୟା  ୧୫୭୦୮ରେ ୭୦ବର୍ଷୀୟ ଜଣେ ବୃଦ୍ଧ ଯାତ୍ରୀ ଯାତ୍ରା ସମୟରେ ହୃଦଘାତର ଶିକାର ହୋଇଥିଲେ। 

ବୃଦ୍ଧ ଯାତ୍ରୀ ହୃଦଘାତର ଶିକାର ହେବା ଖବର ପାଇବା ପରେ ଆମ୍ରପାଲି ଏକ୍ସପ୍ରେସ ଟ୍ରେନରେ ଡିୟୁଟିରେ ଥିବା ଟିଟିଇ ତୁରନ୍ତ ଯାତ୍ରୀଙ୍କ ପାଖରେ ପହଞ୍ଚି ସିପିଆର ଦେବା ଆରମ୍ଭ କରିଥିଲେ।  ସୌଭାଗ୍ୟବଶତଃ ଟିଟିଇଙ୍କ ସିପିଆର ଦ୍ବାରା ବୃଦ୍ଧଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏହାପରେ ଛପରା ରେଲୱେ ଷ୍ଟେସନରେ ଟ୍ରେନ ଅଟକାଇ ବୃଦ୍ଧ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ବୃଦ୍ଧ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।


ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଟ୍ରେନ ଭିତରେ ଟିଟିଇ ବୃଦ୍ଧ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ଦୃଶ୍ୟ ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ଟିଟିଇଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe