www.indiatoday.in
ଭାଇରାଲ୍ ଇମେଜ୍: ବେଳେ ବେଳେ ଇଣ୍ଟର୍ନେଟ୍ରେ ବହୁ ଶିକ୍ଷଣୀୟ କଥା ଦେଖିବାକୁ ମିଳିଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଇଏଏସ୍ ଅଧିକାରୀ ଅଶ୍ବିନୀ ସରଣ ଟ୍ବିଟର୍ରେ ବେଶ୍ ସକ୍ରିୟ। ସେ ତାଙ୍କ ଟ୍ବିଟର୍ରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋଟିରେ ବ୍ୟକ୍ତି ଜଣକ ଦୁଇ କାନ୍ଧରେ ଦୁଇଟି ବ୍ୟାଗ୍ ବୋହି ନେଉଥିବାର ଦେଖିବାକୁ ମିଳିଛି। ଆଗରେ ଦୁଇ ଜଣ କୁନି ଝିଅ ସାଙ୍ଗ ହୋଇ ସ୍କଲ୍ ବ୍ୟାଗ୍ ନେଇ ସ୍କୁଲ୍ ଯାଉଛନ୍ତି। ଫଟୋଟିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ବ୍ୟକ୍ତି ଜଣକ ମଧ୍ୟ କାନ୍ଧରେ ତାଙ୍କ ୨ ପିଲାଙ୍କ ବ୍ୟାଗ୍କୁ ବୋହି ନେଉଛନ୍ତି। ଫଟୋରେ ଆଇଏଏସ୍ ଅଶ୍ବିନୀ କ୍ୟାପ୍ସନ୍ ଦେଇଛନ୍ତି, ‘କିଛି ଋଣ ସୁଝି ହୋଇ ନଥାଏ’।
ଏହି ପୋଷ୍ଟ୍ରେ ବିଭିନ୍ନ ବ୍ୟବହାରକାରୀ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ବାପାଙ୍କ ଋଣ ଅସୁଝା ବୋଲି କହି କମେଣ୍ଟ୍ କରିଥିବା ବେଳେ ପୁଣି କେହି ବ୍ୟକ୍ତିଙ୍କର ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ପିଲାମାନଙ୍କୁ ସେମାନଙ୍କ ନିଜ କାମ ନିଜକୁ କରିବାର ସୁଯୋଗ ନ ଦେବା ଦ୍ବାରା ସେମାନେ ଶିକ୍ଷିତ ପଙ୍ଗୁ ପାଲଟି ଯାଆନ୍ତି ବୋଲି ଜଣେ ବ୍ୟବହାରକାରୀ ନିଜର ମତ ରଖିଛନ୍ତି।
Follow Us