ଏଡିନ୍ବରା ଅନ୍ତର୍ଗତ ମାର୍ଚ୍ମୋଣ୍ଟ୍ର ବାସିନ୍ଦା ରୋଜ୍ମେରି କିଙ୍ଗ୍ହର୍ନ୍ଙ୍କ ଘରେ ପୁରୁଣା ଫ୍ରିଜ୍ଟିଏ ଅଛି, ଯେଉଁଟି ଚଉରାଅଶୀ ବର୍ଷ ହେଲା ଚଳନ୍ତି ଅବସ୍ଥାରେ। ରୋଜ୍ମେରିଙ୍କ ଶାଶୂ ୧୯୩୬ରେ ‘ଫ୍ରିଜିଡେୟାର୍’ ବ୍ରାଣ୍ତ୍ର ଫ୍ରିଜ୍ଟିକୁ କିଣିଥିଲେ। ସେଇଟି ନିର୍ମିତ ହୋଇଥିଲା ୧୯୩୫ରେ। ୧୯୫୭ରେ ଶାଶୂଙ୍କ ଦେହାନ୍ତ ପରଠାରୁ ଫ୍ରିଜ୍ ରୋଜ୍ମେରିଙ୍କ ମାଲିକାନାରେ। ସେଥିରେ କୌଣସି ତ୍ରୁଟି ନାହିଁ। ଖାଦ୍ୟ-ପଦାର୍ଥ ସତେଜ ରହୁଛି; ବରଫ ଜମୁଛି। ଗତ ଚାଳିଶ ବର୍ଷ ମଧ୍ୟରେ ଥରେ ହେଲେ ମରାମତି ସୁଦ୍ଧା ହୋଇନାହିଁ। ରୋଜ୍ମେରିଙ୍କ ବୟସ ଅଠାଅଶୀ। ଫ୍ରିଜ୍ ତାଙ୍କୁ ଅତିକ୍ରମ କରିବା ବାବଦରେ ସେ ବେଶ୍ ଆଶାବାଦୀ।
ବିନା ମରାମତିରେ ଚଉରାଅଶୀ ବର୍ଷ ହେଲା ଚାଲିଛି ଫ୍ରିଜ୍!
Advertisment
Follow Us