ଏହି ୭୫ ବର୍ଷୀୟା ବୃଦ୍ଧାଙ୍କ ଟାଇପିଂ ସ୍ପିଡ୍‌ ଦେଖି ବୀରେନ୍ଦ୍ର ସେହଓ୍ଵାଗ କଲେ ପ୍ରଶଂସା, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Advertisment
ଏହି ୭୫ ବର୍ଷୀୟା ବୃଦ୍ଧାଙ୍କ ଟାଇପିଂ ସ୍ପିଡ୍‌ ଦେଖି ବୀରେନ୍ଦ୍ର ସେହଓ୍ଵାଗ କଲେ ପ୍ରଶଂସା, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଭେପାଲ: ମଧ୍ୟପ୍ରଦେଶର ଭୋପାଲରେ କଲେକ୍ଟର ଅଫିସ ବାହାରେ କାମ କରୁଥିବା ଜଣେ ବୃଦ୍ଧା ଟାଇପିଷ୍ଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୭୫ବର୍ଷ ବୟସରେ ଏହି ବୃଦ୍ଧା ମହିଳା ଯେଭଳି ବେଗରେ ଟାଇପ୍‌ କରୁଛନ୍ତି ଆପଣ ବି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳାଙ୍କ ଟାଇପିଂ ସ୍ପିଡ୍‌ ଦେଖି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ଵାଗ ବି ଟୁଇଟରେ ପ୍ରଶଂସା କରିଛନ୍ତି।

publive-image

ବୀରେନ୍ଦ୍ର ସେହଓ୍ଵାଗ ଟାଇପିଷ୍ଟ ଅମ୍ମାଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ମୋ ପାଇଁ ଏହି ମହିଳା ହେଉଛି ସୁପର ଓମେନ୍‌। ଯୁବପିଢ଼ିଙ୍କୁ ଏହି ଆମ୍ମାଙ୍କଠାରୁ କିଛି ଶିଖିବା ଆବଶ୍ୟକ। ସେ ଆମକୁ ଶିଖାଉଛନ୍ତି କି କୌଣସି କାମ ଛୋଟ ହୋଇ ନଥାଏ, କି କାମ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସସୀମାର ଆବଶ୍ୟକ ନାହିଁ। ପ୍ରଣାମ !

ସୋସିଆଲ ମିଡିଆରେ ଏହି ୭୫ବର୍ଷ ବୃଦ୍ଧା ମହିଳାଙ୍କୁ ‘ଟାଇପିଷ୍ଟ ଅମ୍ମା’ କହୁଛନ୍ତି। ଏବଂ ତାଙ୍କ ପାଖକୁ ଅନେକ ପ୍ରଶଂସାର ସୁଅ ଛୁଟି ଆସୁଛି। ଏହି ବୃଦ୍ଧା ମହିଳା ପରିଣତ ବୟସରେ କାମ କରି ସମ୍ମାନର ସହ ବଞ୍ଚୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe