ଡେଟିଂ କରିବାକୁ ନ୍ୟାୟାଳୟରେ ଏହି ଆବେଦନ କରିଥିଲେ ୬୯ ବର୍ଷୀୟ ବ୍ୟକ୍ତି

Advertisment
ଡେଟିଂ କରିବାକୁ ନ୍ୟାୟାଳୟରେ ଏହି ଆବେଦନ କରିଥିଲେ ୬୯ ବର୍ଷୀୟ ବ୍ୟକ୍ତି

ନେଦରଲାଣ୍ଡର ଜଣାଶୁଣା ଟେଲି ବ୍ୟକ୍ତିତ୍ୱ,ଧାର୍ମିକ ଗୁରୁ ତଥା ପୂର୍ବତନ ରାଜନେତା ଏମାଇଲ୍‌ ରେଟଲବ୍ୟାଣ୍ଡ(୬୯)ଏବେ ବି ନିଜକୁ ୪୯ ବର୍ଷ ବୟସ୍କ ବୋଲି ମନେ କରୁଛନ୍ତି। ଏହି କାରଣରୁ ସେ ନିଜ ବୟସକୁ ୨୦ ବର୍ଷ କମାଇବାକୁ ଚାହୁଁଛନ୍ତି। ଏଥିନେଇ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ,ଯଦି ଜଣେ ନିଜର ନାମ ଓ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଆବେଦନ କରିପାରୁଛନ୍ତି,ତେବେ ସେ କାହିଁକି ନିଜର ବୟସ ବଦଳାଇ ପାରବେ ନାହିଁ। କିନ୍ତୁ ନ୍ୟାୟାଳୟର ଜଜ୍‌ ତାଙ୍କର ଏହି ଆବେଦନକୁ ନାମଞ୍ଜୁର କରି ଦେଇଥିଲେ।

publive-image
ବିଚାରପତି କହିଲେ ଯେ,ଆଇନ୍‌ରେ ଅନେକ ଅଧିକାରର ବ୍ୟବସ୍ଥା ରହିଛି,ସେଥିମଧ୍ୟରୁ କେତେକ ବୟସ ଆଧାରରେ ବି ହୋଇଥାଏ।ଯଦି ବୟସରେ ବଦଳା ବଦଳି କରାଯାଏ,ତେବେ ଖୁବ୍‌ ସମସ୍ୟା ଦେଖା ଦେବ। ବିଚାରପତି ସିଧାସଳଖ କହିଲେ ଯେ ବୟସ କମ୍‌ କରିବାର ବା ବଦଳାଇବାର କୌଣସି ଆଇନଗତ ଦିଗ ନାହିଁ। ରେଟଲ ବ୍ୟାଣ୍ଡ ଡେଟିଂ କରିବା ପାଇଁ ନିଜର ବୟସ କମ୍‌ କରିବାକୁ ଚାହୁଁଥିଲେ ବୋଲି କହିଥିଲେ। ସେ କହିଥିଲେ ଯେ, ଚାକିରି ଓ ଡେଟିଂ ଆପ୍‌ ଟିଣ୍ଡରରେ ତାଙ୍କ ସହିତ ଭେଦ ଭାବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe