oneindia.com
ନୂଆଦିଲ୍ଲୀ : ତାମିଲନାଡୁର ରାମେଶ୍ୱରମରେ ଥିବା ପମ୍ବନ ବ୍ରିଜ୍ ଦେଇ ଟ୍ରେନଟି ଯାଉଥିବା ବେଳେ ହଠାତ୍ ଟ୍ରେନରୁ ସମୁଦ୍ରକୁ ଖସି ପଡ଼ିଥିଲେ ବୃଦ୍ଧା। ଭୁଲବଶତଃ ବୃଦ୍ଧା ତଳକୁ ଖସି ପଡ଼ିଥିବା ଜାଣି ରେଳବାଇ ପକ୍ଷରୁ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜାଣାପଡ଼ିବା ପରେ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ରେଳବାଇର ଏଭଳି କାମକୁ ଏବେ ଲୋକେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ପମ୍ବନ ବ୍ରିଜ୍ ଭାରତର ଏକମାତ୍ର ଏଭଳି ବ୍ରିଜ୍ ଯାହା ସମୁଦ୍ର ଉପରେ ନିର୍ମାଣ କରାଯାଇଛି । ଏହି ଐତିହାସିକ ବ୍ରିଜ୍ର ନିର୍ମାଣ ବ୍ରିଟିଶ ରେଳବାଇ ଦ୍ୱାରା ୧୮୮୫ରେ କରାଯାଇଥିଲା । ୧୯୬୪ରେ ଆସିଥିବା ବାତ୍ୟାରେ ବ୍ରିଜ୍ଟି କ୍ଷତିଗ୍ରସ୍ତ ହୋଇ ଯାଇଥିଲା । କିନ୍ତୁ ଏତେ ବର୍ଷ ପରେ ବି ଏହି ବ୍ରିଜ୍ଟି ଦମ୍ଭ ହୋଇ ଛିଡ଼ା ହୋଇ ରହିଛି ।
Follow Us