ମସ୍ତିଷ୍କ ସହିତ ଜଡିତ ଓମିକ୍ରନର ଏହି ଲକ୍ଷଣ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ ! ରୁହନ୍ତୁ ସତର୍କ

Advertisment
ମସ୍ତିଷ୍କ ସହିତ ଜଡିତ ଓମିକ୍ରନର ଏହି ଲକ୍ଷଣ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ ! ରୁହନ୍ତୁ ସତର୍କ

aajtak

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଖାଉଛି ଭିନ୍ନ ଭିନ୍ନ ଲକ୍ଷଣ। ସମସ୍ତଙ୍କ ପାଇଁ ଭିନ୍ନ ରହୁଛି ଓମିକ୍ରନର ଲକ୍ଷଣ । ବିଶେଷଜ୍ଞମାନେ ଏହି ଲକ୍ଷଣଗୁଡ଼ିକ ବିଷୟରେ ଅଧିକ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଏକ ନୂତନ ଅଧ୍ୟୟନରୁ ଓମିକ୍ରନର ମସ୍ତିଷ୍କ ସହ ଜଡ଼ିତ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଛି। ଏହି ନୂଆ ଅଧ୍ୟୟନ ଅନୁଯାୟୀ, ଓମିକ୍ରନ୍ ର ଗୋଟିଏ ଲକ୍ଷଣ ଏପରି ରହିଛି ଯାହାକି ଅନେକ ମାସ ପର୍ଯ୍ୟନ୍ତ ରହିପାରେ ଏବଂ ଏହି ଲକ୍ଷଣ ଦୂର ହେବା ପାଇଁ ଏକ ବର୍ଷ ମଧ୍ୟ ଲାଗିପାରେ।  ଅନୁସନ୍ଧାନକାରୀମାନେ ଏହି ଲକ୍ଷଣକୁ 'ବ୍ରେନ ଫଗ୍' ନାଁ ଦେଇଛନ୍ତି। 'ବ୍ରେନ ଫଗ୍' ସିଧାସଳଖ ଭାବେ ମଣିଷର ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହି ଅଧ୍ୟୟନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ବେଳେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସଂକ୍ରମିତ ଲୋକଙ୍କଠାରେ 'ବ୍ରେନ ଫଗ୍' ଦେଖାଯାଉଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଡାକ୍ତର ସିଜିୟା ଝାଓ କହିଛନ୍ତି, ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଉଥିବା ଲୋକେ ସୁସ୍ଥ ହେଉଥିଲେ ବି ମସ୍ତିଷ୍କ ସହ ଜଡ଼ିତ ସମସ୍ୟା ତାଙ୍କ ମଧ୍ୟରେ ଦେଖାଯାଇଥାଏ। ଓମିକ୍ରନ ରୋଗୀ କୌଣସି ଜିନିଷରେ ଧ୍ୟାନ ନଦେଇପାରିବା ସହ ସେମାନଙ୍କ ସ୍ମରଣ ଶକ୍ତି ହ୍ରାସ ପାଇଥାଏ। ଆମର ଅଧ୍ୟୟନର ଫଳାଫଳ ଏହା କହୁଛି ଯେ ଏହି ଲକ୍ଷଣଗୁଡ଼ିକ ଲୋକମାନଙ୍କ ମଧ୍ୟରେ ମାସ ମାସ ଧରି ରହିପାରେ। ହେଲେ ସବୁଠାରୁ ବଡ଼ କଥା ହେଲା ୬-୯ମାସ ମଧ୍ୟରେ ଏହି ଲକ୍ଷଣ ଆଉ ଦେଖାଯାଏ ନାହିଁ। ଲୋକେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe