କକ୍‌ପିଟ୍‌ରେ ମହିଳା ବିମାନ ଉଡ଼ାଉଥିବା ଦେଖି ଏପରି ଥିଲା ବୃଦ୍ଧାଙ୍କ ପ୍ରତିକ୍ରିୟା, ଘଟଣାକୁ ବ୍ୟାଖ୍ୟା କରି ଟ୍ବିଟ୍‌ କଲେ ପାଇଲଟ୍

Advertisment
କକ୍‌ପିଟ୍‌ରେ ମହିଳା ବିମାନ ଉଡ଼ାଉଥିବା ଦେଖି ଏପରି ଥିଲା ବୃଦ୍ଧାଙ୍କ ପ୍ରତିକ୍ରିୟା, ଘଟଣାକୁ ବ୍ୟାଖ୍ୟା କରି ଟ୍ବିଟ୍‌ କଲେ ପାଇଲଟ୍

Navbharat Times

ନୂଆଦିଲ୍ଲୀ: ପୂର୍ବରୁ ସୋସିଆଲ୍‌ ମିଡିଆରେ ଅନେକ କିଛି ଭାଇରାଲ୍‌ ହୋଇଥିବା ବେଳେ ନିକଟରେ ପାଇଲଟ ହିନା ଖାନ୍‌ଙ୍କର ଏକ ଟ୍ବିଟ୍‌ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କୁ ବିମାନର କକ୍‌ପିଟ୍‌ ଭିତରେ ଦେଖି ଜଣେ ବୟସ୍କ ମହିଳାଙ୍କ ପ୍ରତିକ୍ରିୟା ଯେପରି ଥିଲା ତାହାକୁ ସେ ଏକ ଟ୍ବିଟ୍‌ କରି ପ୍ରକାଶ କରିବା ପରେ ତାଙ୍କ ପୋଷ୍ଟ୍‌କୁ ବହୁ ଗ୍ରହଣୀୟତା ମିଳିବାରେ ଲାଗିଛି।

ଗୟା ଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ପାଇଲଟ୍‌ ହିନା ଖାନ୍‌ ଉଡ଼ାଣ କରୁଥିଲେ। ସେହି ବିମାନରେ ଯାତ୍ରା କରୁଥିଲେ ଜଣେ ବୃଦ୍ଧା। ଏହି ବୃଦ୍ଧା ଜଣକ ଯେ‌ତେବେଳେ ବିମାନର କକ୍‌ପିଟ୍‌ ଭିତରେ ପାଇଲଟ୍‌ ହିନା ଖାନଙ୍କୁ ଦେଖିଲେ ତାଙ୍କର ପ୍ରତିକ୍ରିୟା ଥିଲା ଏକ୍‌ଦମ ଆଶ୍ଚର୍ଯ୍ୟଜନକ। ସେ ତତ୍‌କ୍ଷଣାତ କହି ପକାଇ ଥିଲେ, "ଓଏ ୟାହାନ୍ ତୋ ଛୋରୀ ବୈଠୀ’’(ଏଠାରେ ତ ଏକ ଝିଅ ବସିଛି)। ବୃଦ୍ଧାଙ୍କୁ ମୁହଁରୁ ଏପରି ଶୁଣି ଉପସ୍ଥିତ ସମେସ୍ତ ହସିବାକୁ ଲାଗି‌ଥିଲେ।

ହିନା ଖାନ୍‌ ଏହି ଘଟଣାକୁ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ବର୍ଣ୍ଣନା କରି ଲେଖିଛନ୍ତି, ‘ଆଜି ଗୋଆରୁ ଦିଲ୍ଲୀ ଯାଉଥିବା ବିମାନରେ ମୁଁ ଡ୍ୟୁଟିରେ ଥିଲି। ଜଣେ ବୟସ୍କା ବୃଦ୍ଧା କକ୍‌ପିଟ୍‌ ଦେଖିବାକୁ ଚାହୁଁଥିଲେ। ଯେତେବେଳେ ସେ ମୋତେ ଦେଖିଲେ, ଆଶ୍ଚର୍ଯ୍ୟ ହୋଇ ତାଙ୍କ ଭାଷାରେ କହିବାକୁ ଲାଗିଲେ କି "ଓଏ ୟାହାନ୍ ତୋ ଛୋରୀ ବୈଠୀ’’। ମୁଁ ମୋ ହସ ରୋକି ପାରିଲି ନାହିଁ।’ ହିନାଙ୍କର ଏହି ଟ୍ବିଟ୍‌କୁ ବହୁ ଲୋକ ପସନ୍ଦ କରିଛନ୍ତି। ତାଙ୍କ ଟ୍ବିଟର୍‌ରେ ଏବେ ମଜା ମଜା ରି-ଟ୍ବିଟ୍‌ ସବୁ ଆସିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe