କରୋନା ବିଶ୍ୱକୁ ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା, ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ

Advertisment
କରୋନା ବିଶ୍ୱକୁ ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା, ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଉ ଏକ ନୂଆ ମହାମାରୀକୁ ନେଇ ଆଶଙ୍କା ଦେଖାଦେଇଛି । ଚୀନର ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ଏହି ମହାମାରୀ ବ୍ୟାପଚାଲିଛି । ଏହି ଭାଇରସ ଏଚୱାନ-ଏନ ୱାନ ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ। ଏହାର ନାଁ ହେଉଛି, ଜି-ଫୋର  ଏଚୱାନ-ଏନ ୱାନ । ଅର୍ଥାତ ସେହି ଭାଇରାସ କିନ୍ତୁ ନୂଆ ରୂପ । ଏହା ଘୁଷୁରୀ ଠାରୁ ମଣିଷକୁ ସଂକ୍ରମିତ ହେବାରେ ମଧ୍ୟ ସକ୍ଷମ ବୋଲି ଜଣାପଡିଛି । ନେସନାଲ ଏକାଡେମୀ ଅଫ ସାଇନସେସର ଜର୍ଣ୍ଣାଲ ପ୍ରୋସେଡିଂରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଚୀନର ଘୁଷୁରୀ ଫାର୍ମରେ ଏହି ଭାଇରସ କର୍ମଚାରୀଙ୍କୁ ଆକ୍ରାନ୍ତ କରୁଛି । ଏହି ଭାଇରାସ ଏକ ମହାମାରୀର ରୂପ ନେବାର ଯଥେଷ୍ଟ ଆଶଙ୍କା ଅଛି ବୋଲି ଏହି ପତ୍ରିକା ପ୍ରକାଶ କରିଛି ।

ଚୀନର ଏହିଭଳି ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ବ୍ୟାପଚାଲିଛି ଆଉ ଏକ ମହାମାରୀ । ଏହି ଭାଇରସ H1N1 ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ । ଅର୍ଥାତ ସେହି ଭାଇରାସ କିନ୍ତୁ ନୂଆ ରୂପ । ଏହି ଭାଇରସ ଘୁଷୁରୀ ଠାରୁ ସେଠାରେ କାମ କରୁଥିବା ଲୋକଙ୍କୁ ବ୍ୟାପୁଛି । ତୁରନ୍ତ ଏହାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି ବୋଲି ବୈଜ୍ଞାନିକଙ୍କ ଏକ ଟିମ୍ ଜଣାଇଛନ୍ତି ।

H1N1 ସ୍ୱାଇନ-ଫ୍ଲୁ ଭାଇରସର ଏହି ନୂଆ ଷ୍ଟ୍ରେନର ନାଁ ହେଉଛି, G4 EA H1N1 । ନେସନାଲ ଏକାଡେମୀ ଅଫ ସାଇନସେସର ଜର୍ଣ୍ଣାଲ ପ୍ରୋସେଡିଂରେ ପ୍ରକାଶ ପାଇଥିବା ଏହି ତଥ୍ୟ କହୁଛି ଚୀନର ଘୁଷୁରୀ ଫାର୍ମରେ ଏହି ଭାଇରସ କର୍ମଚାରୀଙ୍କୁ ଆକ୍ରାନ୍ତ କରୁଛି ଏବଂ ଏହି ଭାଇରାସ ଏକ ମହାମାରୀର ରୂପ ନେବାର ଯଥେଷ୍ଟ ଆଶଙ୍କା ଅଛି ବୋଲି ଏହି ପତ୍ରିକା ପ୍ରକାଶ କରିଛି । ଏହି ଗବେଷଣାରେ ୧୫ଟି ଘୁଷୁରୀ ଫାର୍ମରୁ ୩୩୮ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରୁ ୨୩୦ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଏଥିରେ ଦେଖାଗଲା ଫାର୍ମରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୧୦.୪ ପ୍ରତିଶତ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।  ଆଖପାଖରେ ରହୁଥିବା ଲୋକଙ୍କ ମଧ୍ୟରୁ ୪.୪ ପ୍ରତିଶତ ଲୋକେ ଆକ୍ରାନ୍ତ ହୋଇଛନ୍ତି ।

ଏହି ଗବେଷଣା କରୁଥିବା ଟିମର ଜଣେ ବରିଷ୍ଠ ସଦସ୍ୟ ତଥା ବ୍ରିଟେନର ଜଣେ ବରିଷ୍ଠ ଭାଇରୋଲୋଜିଷ୍ଟ ଇଆନ ଏଚ୍ ବ୍ରାଉନ କହିଛନ୍ତି, ଏହି ଭାଇରସର ଷ୍ଟ୍ରେନରେ ପରିବର୍ତନ ଆସିବାର ଯଥେଷ୍ଟ ଆଶଙ୍କା ରହିଛି ଏବଂ ଏହା କରୋନା ଠାରୁ ଅଧିକ ଭୟଙ୍କର ହୋଇପାରେ ।
ନ୍ୟାସନାଲ ତାଇୱାନ ୟୁନିର୍ଭସିଟିର ଶିଶୁ ସଂକ୍ରାମକ ରୋଗର ବିଶେଷଜ୍ଞ ଲି ମିନ ହୁଆଙ୍ଗ କହିଛନ୍ତି । ଏହି ଭାଇରାସ ମଣିଷ ଠାରୁ ମଣିଷକୁ ସଂକ୍ରମଣ ହୋଇଛି କି ନାହିଁ ସେନେଇ ଗବେଷଣା ହେଉଛି । ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଗବେଷଣା କାରଣ, ଏହା ଆଗକୁ ପରିବର୍ତ୍ତିତ ରୂପରେ ଆସିପାରେ । ଆମେରିକାର ପ୍ରସିଦ୍ଧ ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫୋସି କହିଛନ୍ତି,  ଏହି ଭାଇରସ ତୁରନ୍ତ ମାନବ ସମାଜ ପାଇଁ ବିପଦ ନହୋଇପାରେ । କିନ୍ତୁ ଏହା ଉପରେ ଆମକୁ ନଜର ରଖିବାକୁ ପଡିବ।

ବିଶେଷଜ୍ଞଙ୍କ ମତରେ ଏହି ଭାଇରସକୁ ନେଇ ଏବେ ଆମ ଦେଶ ସେତେଟା ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଲଦାଖ ସୀମାରେ ସଂଘର୍ଷ ଏବଂ କରୋନା କାରଣରୁ ଚୀନ ସହ ଭାରତର ଯୋଗାଯୋଗ ସଂପର୍କ ପ୍ରାୟ ତୁଟି ଯାଇଛି । ତେଣୁ ଚୀନରେ ଏହା ମହାମାରୀ ରୂପରେ ଆସିଲେ ମଧ୍ୟ ଭାରତକୁ କ୍ଷତି କରିବାର ସମ୍ଭାବନା କମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe