ଲକ୍‌ଡାଉନ୍‌ ହେତୁ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଏକାକୀତ୍ବବୋଧର ଶିକାର ହେଉଛନ୍ତି : ଗବେଷଣା

Advertisment
ଲକ୍‌ଡାଉନ୍‌ ହେତୁ ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଏକାକୀତ୍ବବୋଧର ଶିକାର ହେଉଛନ୍ତି : ଗବେଷଣା

India.com

ଆମେ କରୋନା ଭାଇରସ୍‌କୁ ନେଇ ଅନେକ ଗବେଷଣା ବିଷୟରେ ଶୁଣିଛନ୍ତି। ମାତ୍ର ଲକ୍‌ଡାଉନ୍‌କୁ ନେଇ କରାଯାଇଥିବା କୌଣସି ଗଷେବଣା ଉପରେ ଆପଣଙ୍କର କିଛି ଜ୍ଞାନ ଅଛି କି? କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଲୋକଙ୍କ ଉପରେ କି ପ୍ରଭାବ ପକାଉଛି?

କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅନେକଙ୍କ ପାଇଁ ବିଷାଦର କାରଣ ପାଲଟିଛି। ବିଶେଷ କରି ଏହାର ପ୍ରଭାବ ନାରୀମାନଙ୍କ ଉପରେ ଅଧିକ ଦେଖିବାକୁ ମିଳୁଛି। ନାରୀମାନେ ଘରେ ବନ୍ଦ ହୋଇ ରହୁଥିବା କାରଣରୁ ସେମାନେ ମାନସିକସ୍ତରରେ ଅସ୍ଥିର ହୋଇ ପଡୁଛନ୍ତି ବୋଲି ନିକଟରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି।

ଏକ ନୂତନ ଗବେଷଣାରୁ ଜାଣିବାକୁ ମିଳିଛି ‌ଯେ ଏହି ଲକ୍‌ଡାଉନ୍‌ରେ ପ୍ରତି ୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଏକାକୀତ୍ବବୋଧର ଶିକାର ହେଉଛନ୍ତି। କରୋନା ଭାଇରସ୍‌ ହେତୁ ପୁରୁଷଙ୍କ ତୁଳନାରେ ମହିଳାମାନେ ମାନସିକ ସ୍ତରରେ ବେଶି ସମସ୍ୟା ଅନୁଭବ କରୁଛନ୍ତି।

publive-image
The Federal

ସର୍ବେରୁ ଜଣାପଡ଼ିଛି ଯେ ଏକ ତୃତୀୟାଂଶରୁ ଊର୍ଧ୍ବ(୩୪ ପ୍ରତିଶତ) ମହିଳା ଲକ୍‌ଡାଉନ୍‌ ସମୟରେ ଏକାକୀତ୍ବବୋଧର ଶିକାର ହୋଇଛନ୍ତି। ସେହିପରି ୨୩ ପ୍ରତିଶତ ପୁରୁଷଙ୍କ କ୍ଷେତ୍ରରେ ଏହି ଏକାକୀତ୍ବବୋଧର ସମସ୍ୟା ଦେଖିବାକୁ ମିଳିଛି।

ଅନ୍‌ଲାଇନ୍‌ରେ ଇଣ୍ଟର୍‌ଭିୟୁ ଜରିଆରେ ହୋଇଥିବା ଏକ ଅଧ୍ୟୟନରୁ ଏହି ଫଳାଫଳ ମିଳିପାରିଛି। ପୂର୍ବରୁ ହୋଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଥିଲା ଯେ ମହାମାରୀ କୋଭିଡ-୧୯ ହେତୁ ଅନେକ ଲୋକ ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡ଼ିଛନ୍ତି, ବିଶେଷ କରି ମହିଳାମାନେ ଏହାର ଶିକାର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe