ନିଖୋଜ ଶୁଆକୁ ଖୋଜି ଆଣିଲେ ମିଳିବ ଲକ୍ଷେ ଟଙ୍କାର ପୁରସ୍କାର

ଛଅଦିନ ହେବ ନିଖୋଜ ଥିବା ଶୁଆକୁ ଖୋଜି ଆଣିଲେ ୧ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି କୃଷ୍ଣାନଗର ବାସିନ୍ଦା ନବୀନ ପାଠକ ଫେସବୁକ ଜରିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
ee


ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଜନପଦ ବୁଲନ୍ଦସହର ନଗର କୋତବାଲି ଅଞ୍ଚଳସ୍ଥ ମୋହଲ୍ଲା କୃଷ୍ଣ ନଗର ଅଞ୍ଚଳର ବାସିନ୍ଦାଙ୍କ ଏକ ଶୁଆ କେଉଁଆଡେ ନିଖୋଜ ହୋଇଯାଇଛି। ଏହି ନିଖୋଜ ଶୁଆକୁ ଖୋଜି ଆଣିଲେ ୧ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ମାଲିକ ଫେସବୁକ ଜରିଆରେ ପୋଷ୍ଟ ସେୟାର କରିଛନ୍ତି। 

 ଅଧିକପଢ଼ନ୍ତୁ:  'ପୁଷ୍ପା ୨’ ପ୍ରିମିୟର ସମୟରେ ଆହତ ହୋଇଥିବା ଶିଶୁକୁ ସୁସ୍ଥ ହେବାକୁ ସମୟ ଲାଗିବ

ସୂଚନାଯୋଗ୍ୟ, କୃଷ୍ଣାନଗର ବାସିନ୍ଦା ନବୀନ ପାଠକ ଏକ ଶୁଆ ପୋଷିଥିଲେ। ଯାହାର ନାମ ସେ ବିଷ୍ଣୁ ରଖିଥିଲେ। ନବୀନ ପାଠକ ତାହଙ୍କ ପୋଷା ଶୁଆ ବିଷୟରେ କହିଛନ୍ତି, ‘ଦୀର୍ଘ ଅଢ଼େଇ ବର୍ଷ ପୂର୍ବେ ଜଣେ ଶ୍ରମିକ ଫୋନ କରି କହିଥିଲେ ବିଦ୍ୟୁତ ଖୁଣ୍ଟ ପାଖରେ ଏକ ଶୁଆ ପଡ଼ିଛି। ମୁଁ ଖବର ପାଇ ଯାଇ ପହଞ୍ଚିଲା ବେଳକୁ ଦେଖିଲି ସେଠାରେ ଏକ ଶୁଆ ଛୁଆ ପଡ଼ିଥିଲା। ଏହି ଶୁଆ ଛୁଆଟି ସମ୍ପୂର୍ଣ୍ଣ ଭାବେ ମାଟି ହୋଇଯାଇଥିଲା। ଏହା କେଉଁ ପ୍ରଜାତିର ଚଢ଼େଇ ତାହା ସ୍ପଷ୍ଟ ହେଉ ନଥିଲା। ଘରକୁ ଆଣି ତାକୁ ପରିସ୍କାର କରିବା ପରେ ଶୁଆ ଛୁଆ ବୋଲି ଜାଣିବାକୁ ପାଇଲି। 

 ଅଧିକପଢ଼ନ୍ତୁ: ଭଲ ରନ୍ ନକଲେ ଅଧିନାୟକତ୍ବ ଛାଡ଼ିବେ ରୋହିତ୍: ସୁନୀଲ ଗାଭାସ୍କର 

ସେହିଦିନ ଠାରୁ ମୁଁ ତାକୁ ପାଳି ଆସିଥିଲି। ପରିବାର ସଦସ୍ୟ ମିଳି ସେ ଆମ ଘରେ ରହୁଥିଲା। ମୋ ବାପା ଓ ମୋ ସ୍ତ୍ରୀଙ୍କୁ ମମି ବୋଲି ଡାକୁଥିଲା। ଘରକୁ ଆଣିଲା ଦିନ ଠାରୁ ବିଷ୍ଣୁକୁ ମୁ କେବେ ବି ପିଞ୍ଜରାରେ ରଖି ନାହିଁ। ସେ ସ୍ବାଧୀନ ଭାବେ ଘର ସାରା ବୁଲୁଥାଏ। କିନ୍ତୁ ଗତ୬ଦିନ ହେବ ସେ କେଉଁଆଡେ ଚାଲି ଯାଇଛି ମୁଁ ତାର କୌଣସି ପ୍ରକାର ସୂଚନା ଆମେ ପାଇ ପାରୁନାହୁଁ।

ମୋର ଅନୁରୋଧ ଆପଣମାନେ ଯଦି ବିଷ୍ଣୁ ବିଷୟରେ କୌଣସି ସୂଚନା ପାଇବେ ତୁରନ୍ତ ମୋ ସହ ଯୋଗାଯୋଗ କରିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe