ପିଆଜ ଦର ବୃଦ୍ଧି ଶାଢ଼ି ବ୍ୟବସାୟୀଙ୍କ ବ୍ୟବସାୟ ବଢ଼ାଇ ଦେଲା

ପିଆଜ ଦର ବୃଦ୍ଧି ଶାଢ଼ି ବ୍ୟବସାୟୀଙ୍କ ବ୍ୟବସାୟ ବଢ଼ାଇ ଦେଲା

ମୁମ୍ବାଇ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ଠାଣେରେ ବସବାସ କରୁଥିବା ଜଣେ ବ୍ୟବସାୟୀଙ୍କ ମନକୁ ଏଭଳି ପରିସ୍ଥିତିରେ ଏକ ଉପାୟ ଆସିଥିଲା। ସେ ଏହି ଉପାୟକୁ ଆପଣାଇ ନିଜ ବ୍ୟବସାୟରେ ଏଇ କିଛିଦିନ ହେବ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇ ପାରିଛନ୍ତି।

publive-image

ଠାଣେର ଉଲ୍ଲାସନଗର ଅଞ୍ଚଳରେ ଶୀତଲ ହ୍ୟାଣ୍ଡଲୁମ୍ସ ରହିଛି। ଏହି ଦୋକାନର ମାଲିକ ପିଆଜ ଦର ବୃଦ୍ଧିର ଫାଇଦା ଉଠାଇବାକୁ ଯାଇ ତାଙ୍କ ଦେକାନରୁ ଯେଉଁ ଗ୍ରାହକ ୧୦୦୦ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କ୍ରୟ କରିବେ ତାଙ୍କୁ ଗୋଟିଏ କିଲୋ ମାଗଣାରେ ପିଆଜ ଉପହାରରେ ଦିଆଯିବ ବୋଲି ଗତ ଶନିବାର ଘୋଷଣା କରିଥିଲେ। ଏହି ଘୋଷଣା ପରଠାରୁ ତାଙ୍କ ଦୋକାନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଲୋକମାନେ ଗୋଟିଏ କିଲୋ ପିଆଜ ମାଗଣାରେ ନେବା ପାଇଁ ଶୀତଲ ହ୍ୟାଣ୍ଡଲୁମ୍ସରୁ ଶାଢ଼ି କିଣି ନେଇଥିଲେ। ଯେଉଁଥିପାଇଁ ପୂର୍ବ ଅପେକ୍ଷା ତାଙ୍କୁ ବ୍ୟବସାୟରେ ଅଧିକ ଅଧିକ ଲାଭ ମିଳିଛି।

ଗତ କିଛିଦିନ ହେବ ଦେଶର ପ୍ରତ୍ୟେକ ସହରରେ ଗୋଟିଏ କିଲୋ ପିଆଜ ୧୦୦ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ପିଆଜ ମୂଲ୍ୟକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ବି ମୋବାଇଲ ଦୋକାନୀ ମୋବାଇଲ କିଣିଲେ ଗୋଟିଏ କିଲୋ ପିଆଜ ମାଗଣାରେ ଦେବେ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe