ନିୟମିତ ଅନଲାଇନ ସପିଂ ବି ଏକ ମାନସିକ ବ୍ୟାଧି!

'ଦିଲ୍ଲୀ ବଜାର' ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିପାରିବେ ଦିଲ୍ଲୀର ବ୍ୟବସାୟୀ

Image Source-DNA INDIA

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ଅନଲାଇନରେ ସପିଂକୁ ଗୁରୁତ୍ବ ଦେଉଛନ୍ତି। କିଛି ଲୋକ କାଁଭାଁ ଅନଲାଇନରେ ସପିଂ କରୁଥିବା ବେଳେ ଆଉ କେତେକ ଲୋକ ଅଛନ୍ତି ଯାହାଙ୍କ ପାଇଁ ଅନଲାଇନ ସପିଂ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଛି । ଏହାକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ ନିୟମିତ ଅନଲାଇନ ସପିଂର ଏହି ଅଭ୍ୟାସ ଏକ ପ୍ରକାର ମାନସିକ ରୋଗ ।

୧୨୨ ଜଣଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି ୩୪ ପ୍ରତିଶତ ରୋଗୀଙ୍କର ଅନଲାଇନ ସପିଂର ନିଶା ମାତ୍ରାଧିକ। ସେମାନେ ଚିନ୍ତା ଏବଂ ଅବସାଦଜନିତ ରୋଗରେ ପୀଡ଼ିତ । ସେମାନେ ବାୟିଂ ସପିଂ ଡିସଅର୍ଡର ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

Image result for online-shopping image source-TIME OUT

ଜର୍ମାନୀର ହୋନବର ମେଡିକାଲ ସ୍କୁଲରେ ଅଧ୍ୟୟନକାରୀଙ୍କ ଅଧ୍ୟୟନକାରୀଙ୍କ କହିବା ଅନୁସାରେ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଜିନିଷ କିଣିବାର ତୀବ୍ର ଇଚ୍ଛା ରହିଥାଏ । ଏହି ପରେ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ଏବଂ ଏହାକୁନେଇ ଘରୋଇ କଳହ ମଧ୍ୟ ବଢ଼ିଥାଏ ବୋଲି କୁହାଯାଇଛି। ଆପଣ ଜାଣି ବିସ୍ମିତ ହେବେ ଯେ ଏବେ ଅନେକ ଲୋକ ଅନଲାଇନ ସପିଂର ଅଭ୍ୟାସରୁ ନିଜକୁ ଦୂରେଇବା ପାଇଁ ଚିକିତ୍ସିତ ମଧ୍ୟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe