ବୁଦ୍ଧି ପରୀକ୍ଷା: ଏପରି ପରିସ୍ଥିତିରେ ଆପଣ ଥିଲେ କ’ଣ କରିଥାନ୍ତେ?

Advertisment
ବୁଦ୍ଧି ପରୀକ୍ଷା: ଏପରି ପରିସ୍ଥିତିରେ ଆପଣ ଥିଲେ କ’ଣ କରିଥାନ୍ତେ?

ଚିତ୍ରଟିରେ ଆପଣ ଦେଖି ପାରୁଥିବେ ଯେ ପିଲାଟି ଅଧା ଗଛ ଚଢ଼ିଛି। ଗଛଟି ଏକ ପୋଖରୀ କୂଳରେ ଥିବାରୁ ପୋଖରୀ ହୁଡ଼ାକୁ ଲାଗି କୁମ୍ଭୀରଟି ପିଲାଟିକୁ ଚାହିଁକି ରହିଛି। ଅନ୍ୟ ଏକ ପାର୍ଶ୍ୱରେ ଖାଇବା ପାଇଁ ସିଂହଟି ଏକ ଲୟରେ ପିଲାଟିକୁ ଦେଖୁଛି। ଗଛର ଉପର ଡାଳରେ ଏକ ସାପ ଗୁଡ଼େଇ ହୋଇ ଫଣା ଟେକି ରହିଛି। ପିଲାଟିର ଏକ ମାତ୍ର ସାହାର ବନ୍ଧୁକଟିଏ। ତାହା ପୁଣି ପିଲାଟି ହାତରେ ନାହିଁ। ତଳେ ଗଛକୁ ଡେରା ହୋଇ ରହିଛି। ଏବେ ଆପଣଙ୍କ ପାଇଁ ପ୍ରଶ୍ନଟି ହେଉଛି, ଆପଣ ଏମିିତି ପରିସ୍ଥିତିରେ ଥିଲେ ନିଜକୁ କେମିତା ବଞ୍ଚାଇବେ?

publive-image

ତେବେ ଶୁଣନ୍ତୁ, ଆପଣ ଜାଣିଥିବେ ନିଶ୍ଚୟ ସିଂହ ସାପକୁ ଭୟ କରେ। ଆପଣଙ୍କୁ ସାହସର ସହ ଟିକିଏ ବୁଦ୍ଧି ଖଟାଇବାକୁ ହେବ। ଜଣେ ଲୋକ ସିଂହ ସହ ଲଢ଼େଇ କରି ଜିତିବା କଥା ଭାବିବା ହୁଏତ ଏକ ଚଳଚ୍ଚିତ୍ର ପରି ଲାଗିପାରେ। ଆପଣ ସେକଥା ଆଦୌ ଭାବନ୍ତୁ ନାହିଁ। ସେ ମୁହୂର୍ତ୍ତରେ ଆପଣ ଯଦି କାହାକୁ ମାଧ୍ୟମ ବନାଇବାକୁ ଚାହାଁନ୍ତି ସେ ହେଉଛି ସାପ। ଟିକିଏ ସାହସର ସହ କୌଶଳ ଆପଣେଇ ସାପଟିକୁ ଧରି କୌଣସି ମତେ ସିଂହ ଆଡ଼କୁ ଫିଙ୍ଗି ଦିଅନ୍ତୁ। ସିଂହ ସାପକୁ ଦେଖି ହଡ଼ବଡ଼େଇ ଗଲା ବେଳେ ଆପଣ ତତ୍‌କ୍ଷଣାତ ତଳକୁ ଡେଇଁ ବନ୍ଧୁକକୁ ଧରି ପକାନ୍ତୁ। ଆପଣଙ୍କ ହାତରେ ବନ୍ଧୁକ ଥିଲେ ପରିସ୍ଥିତି ସହଜ ହୋଇଯିବ ଓ ଆପଣ ନିଜକୁ ସୁରକ୍ଷା ଦେବାରେ ସମର୍ଥ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe