ଘର ତିଆରି କାମ ଚାଲିଥିବା ବେଳେ ସ୍କୁଟରକୁ ଏଭଳି ଭାବେ ବ୍ୟବହାର କରାଯାଉଛି

Advertisment
ଘର ତିଆରି କାମ ଚାଲିଥିବା ବେଳେ ସ୍କୁଟରକୁ ଏଭଳି ଭାବେ ବ୍ୟବହାର କରାଯାଉଛି

ନୂଆଦିଲ୍ଲୀ: ଏବେକା ସମୟରେ ସ୍କୁଟର ବ୍ୟବହାର ଖୁବ କମ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏହି ସ୍କୁଟକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏଥିରେ ଏକ ଘର ତିଆରି କାମ ଚାଲିଥିବା ବେଳେ , ସ୍କୁଟର କାମରେ ଆସୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦେଖି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଘର ତିଆରି କାମ ଚାଲିଛି। ଏହି ସମୟରେ ଜଣେ ବ୍ୟକ୍ତି ସ୍କୁଟର ସାହାଯ୍ୟରେ ବସ୍ତାରେ ବନ୍ଧା ଥିବା କିଛି  ସାମଗ୍ରୀକୁ ଘର ଉପରକୁ ପଠାଉଛନ୍ତି। ଯାହାକି ଆପଣ ଭିଡିଓ ଦେଖି ଜାଣିପାରିବେ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଲୋକେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ସ୍କୁଟରର ଏଭଳି ବ୍ୟବହାର ମୁଁ ଚିନ୍ତା ବି କରି ପାରି ନଥିଲି। ସ୍କୁଟରର ଏମିତି ବ୍ୟବହାର ବାସ୍ତବରେ ପ୍ରଶଂସା‌ଯୋଗ୍ୟ।

ଏହି ଭିଡିଓକୁ ସେୟାର କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ମୁଁ ଅନୁମାନ କରେ, ସେଥିପାଇଁ ଆମେ ସେମାନଙ୍କୁ ‘ପାୱର’ ଟ୍ରେନ୍ସ ବୋଲି କହିଥାଉ। ବିଭିନ୍ନ ଉପାୟରେ ଗାଡ଼ିର ଇଞ୍ଜିନ ଶକ୍ତିକୁ ବ୍ୟବହାର କରାଯାଇପାରିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe