ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଦେବେ କେନ୍ଦ୍ର ସରକାର!

ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଦେବେ କେନ୍ଦ୍ର ସରକାର!

ଏଣିକି ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାର ଅଢ଼େଇ ଲକ୍ଷ ଟଙ୍କାର ସହାୟତା ରାଶି ମାସିକ ପ୍ରୋତ୍ସାହନ ଆଧାରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରୋତ୍ସାହନ ରାଶି ଔଷଧ ବିକ୍ରି କରି ମିଳୁଥିବା କମିଶନ ଠାରୁ ଅଲଗା ହେବ। ପ୍ରୋତ୍ସାହନ ରାଶି ସେପର୍ଯ୍ୟନ୍ତ ଦିଆଯିବ, ଯେପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲୁଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା ନମିଳିବାଯାଏ। ଏହା ବ୍ୟତୀତ ପ୍ରତି ମାସ ୨୦ ପ୍ରତିଶତ କମିଶନ ସହିତ ସର୍ବାଧିକ ୧୦ ପ୍ରତିଶତ ବା ୧୦ ହଜାର ଦୁଇଟି ମଧ୍ୟରୁ ଯାହା ଅଧିକ ଥିବ, ପ୍ରୋତ୍ସାହନ ରାଶି ଦେଇ ଲାଭର ମଧ୍ୟ ଗ୍ୟାରେଣ୍ଟି ନେବ। ଆଗକୁ ୨୦୦୦ ଜନ ଔଷଧି କେନ୍ଦ୍ର ଖୋଲିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର, ଏମିତିରେ ଆପଣ ବି ଏହି ଯୋଜନାର ସଂପୂର୍ଣ୍ଣ ଲାଭ ଉଠାଇ ପାରିବେ।

ସରକାର ନିଷ୍ପତ୍ତି ନେଇଛନ୍ତି କି, ଔଷଧ ବିକ୍ରି କଲେ ମିଳୁଥିବା ୨୦ ପ୍ରତିଶତ କମିଶନ ବ୍ୟତୀତ ଅନ୍ୟ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ। ଏହା ପାଇଁ ସମଗ୍ର ଦେଶରେ ପିଓଏସ ମେସିନ ବଣ୍ଟା ଯିବ। ନୂଆ ଯୋଜନା ସହିତ ଯେଉଁମାନେ ଯୋଡି ହେବେ ତାଙ୍କୁ ହାତକୁ ହାତ ଏହି ମେସିନ ଦିଆଯିବ। ପିଓଏସ ମେସିନ ଜରିଆରେ ପ୍ରତି ମାସ ସରକାର ଦୋକାନ ଖୋଲୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶି ଦେବେ।

ଆପଣ ସେଣ୍ଟର ଜରିଆରେ ମାସକୁ ଯେତେ ଔଷଧ ବିକ୍ରି କରିବେ, ସେହି ଔଷଧର ୨୦ ପ୍ରତିଶତ ଆପଣଙ୍କୁ କମିଶନ ରୂପେ ମିଳିଯିବ। ଏହି ଭାବରେ ଯଦି ଆପଣ ମାସକୁ ୧ଲକ୍ଷ ଟଙ୍କାର ବି ସେଲ କରୁଛନ୍ତି ତେବେ ଆପଣଙ୍କୁ ସେହି ମାସରେ ୨୦ ହଜାର ଟଙ୍କା କମିଶନ ମିଳିଯିବ।

publive-image

ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସରକାର ୩ଟି ଶ୍ରେଣୀ ତିଆରି କରିଛନ୍ତି :

ପ୍ରଥମ ବର୍ଗରେ ଯେକୌଣସି ବ୍ୟକ୍ତି, ବେରୋଜଗାର ଫାର୍ମାସିଷ୍ଟ, ଡାକ୍ତର, ପଂଜିକୃତ ମେଡିକାଲ ପ୍ରାକ୍ଟିସନର ଷ୍ଟୋର ଖୋଲି ପାରିବେ।

ଦ୍ୱିତୀୟ ବର୍ଗରେ ଟ୍ରଷ୍ଟ, ଏନଜିଓ, ପ୍ରାଇଭେଟ ହସପିଟାଲ, ସୋସାଇଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟୋର ଖୋଲିବାର ସୁଯୋଗ ପାଇବେ।

ତୃତୀୟ ବର୍ଗରେ ରହିବ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ କରାଯାଇଥିବା ଏଜେନ୍‌ସି।

ଯେଉଁ ବ୍ୟକ୍ତି ବା ଏଜେନ୍‌ସି ଷ୍ଟୋର ଖୋଲିବା ପାଇଁ ଚାହୁଁଛନ୍ତି, ସେମାନେ https://janaushadhi.gov.in/କୁ ଯାଇ ଫର୍ମ ଡାଉନଲୋଡ କରିପାରିବେ। ଏହି ଆପ୍ଳିକେସନକୁ ବ୍ୟୁରୋ ଅଫ ଫାର୍ମା ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜରଙ୍କ ନାମରେ ପଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe